ନେତାଜୀ ସୁବାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ

ବାଲିଗୁଡ଼ା:ଲୋକ ଆବାଜ. ଇନ(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ସ୍ଥିତ ସ୍ଥାନୀୟ ନେତାଜୀ ସୁବାଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୫୫ତମ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପବିତ୍ର ମୋହନ ଗଡତିଆ ଯୋଗ ଦେଇ ମହାତ୍ମାଗାନ୍ଧୀଙ୍କ ପାଞ୍ଚୋଟି ଆଦର୍ଶ ସରଳତା, ଆଦର୍ଶ, ତ୍ୟାଗ, ସେବା ତଥା ସହନଶୀଳତା ଉପରେ ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇଥିଲେ l ସମ୍ମାନୀତ ଅତିଥି ଭାବେ ପରମାନନ୍ଦ ବେହେର୍ଦ୍ଦଳାଇ ଯୋଗ ଦେଇଥିଲେ l
ଏହି ଭବ୍ୟ ସମାବେଶରେ ଅନୁଷ୍ଠାନର ଅଧ୍ୟକ୍ଷ ଡଃ. ସୁନୀଲ କୁମାର ପାତ୍ର ସଭାପତିତ୍ବ କରି ମହାତ୍ମା ଗାନ୍ଧୀଙ୍କର ସମ୍ପୂର୍ଣ୍ଣ ଜୀବନ ଓ ତାଙ୍କ ଜୀବନରେ ଘଟି ଯାଇଥିବା ବିଭିନ୍ନ ଦୃଷ୍ଟାନ୍ତ ମୂଳକ ଘଟଣା ପ୍ରାଞ୍ଜଳ ଭାବରେ ଆଲୋକପାତ କରିବା ସହ ମହାତ୍ମା ଗାନ୍ଧୀଙ୍କ ପଥ ଅନୁସରଣ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଅଧ୍ୟକ୍ଷଙ୍କ ନେତୃତ୍ଵରେ ମହାବିଦ୍ୟାଳୟ ପରିସର ସମସ୍ତ ଛାତ୍ରଛାତ୍ରୀ ପରିଷ୍କାର କରି ସ୍ଵଚ୍ଛତାର ବାର୍ତ୍ତା ଦେଇଥିଲେ । ଏବଂ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରୋଜେକ୍ଟର ମାଧ୍ୟମରେ ଗାନ୍ଧୀଜୀଙ୍କ ଜୀବନି ଉପରେ କିଛି ସ୍କୁଳ ଚିତ୍ର ପ୍ରଦର୍ଶିତ କରାଯାଇଥିଲା l ଶିକ୍ଷା ଅଧ୍ୟାପକ ଡଃ. ସତ୍ୟରଞ୍ଜନ ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଇଂରାଜୀ ଅଧ୍ୟାପକ ଦୁଃଖି ଶ୍ୟାମ ମହାରଣା ଧନ୍ୟବାଦ୍ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଅଣ ଶିକ୍ଷକ କର୍ମଚାରୀ ସହ ଯୋଗ କରିଥିଲେ l
What's Your Reaction?






