ଗଞ୍ଜାମ ଓ କନ୍ଧମାଳ ଜ଼ିଲ୍ଲା ପୌରାଣିକ ନାଟକ ସନ୍ତୋଷ ର ଦ୍ରୌପଦୀ ଓ ସୀତା ଭୂମିକା ଦର୍ଶକ ଙ୍କୁ କରୁଛି ଆକୃଷ୍ଟ l

ବାଲିଗୁଡା: ଲୋକ୍ ଆବାଜ୍.ଇନ୍(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ
ଦକ୍ଷିଣ ଓଡିଶା ଓ ପୂର୍ବ ଓଡିଶା ର ବିଭିନ୍ନ ମଞ୍ଚରେ ସନ୍ତୋଷ ଦେଖିବାକୁ ମିଳେ l ପୌରାଣିକ ନାଟକ ରାମାୟଣ ର ସୀତା ଓ ମହାଭାରତ ନାଟକ ରେ ଦ୍ରୌପଦୀ ଭୂମିକା ରେ ବଳିଷ୍ଠ ଅଭିନୟ କରି ଏବେ ସାରା ଓଡିଶା ରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି ସନ୍ତୋଷ lନିଜର ସୁନ୍ଦର ଚେହେରା, ଓ ବଳିଷ୍ଠ ଅଭିନୟ ର ଯାଦୁ ଦର୍ଶକ ଙ୍କୁ ବାନ୍ଧିରଖିଛି l ଗଞ୍ଜାମ ଓ କନ୍ଧମାଳ ନୟାଗଡ଼ ଜ଼ିଲ୍ଲା ରେ ଯେଉଁଠି ପୌରାଣିକ ସାମାଜିକ କାଳ୍ପନିକ ନାଟକ ହୁଏ ସନ୍ତୋଷ ଙ୍କୁ ଖୋଜା ପଡେ l କେବଳ ପୌରାଣିକ ନାଟକ ନୁହେଁ ସାମାଜିକ କାଳ୍ପନିକ ଓ ଥିଏଟରରେ ମଧ୍ୟ ସନ୍ତୋଷ ଙ୍କ ଦଖଲ ରହିଛି ତା ଛଡା ସେ ଜଣେ ଏକାଧାରାରେ କଣ୍ଠଶିଳ୍ପୀ ମଧ୍ୟ, ଅନେକ ନାଟକ ରେ ସେ ନିଜେ ଗୀତ ବୋଲି ଅଭିନୟ କରନ୍ତି l କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ବ୍ଲକ ଅଣ୍ଡାରୀ ଗାଁ ରେ ଜନ୍ମିତ ସନ୍ତୋଷ ବିଷୋୟୀ ପିଲାଟି ବେଳୁ ଗାଁ ନାଟକ ରେ ଅଭିନୟ କରୁକରୁ ଆଉ ପଛକୁ ଫେରି ନାହାନ୍ତି ଏବେ ସେ ଓଡିଶା ର ସଫଳ ଦ୍ରୌପଦୀ ଓ ସୀତା ଭାବେ ବେଶ ପରିଚିତ l କନ୍ଧମାଳ କଳା ବିକାଶ କେନ୍ଦ୍ର ବାଲିଗୁଡା ର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ସନ୍ତୋଷ ଙ୍କୁ ଶୁଭେଚ୍ଛା ଓ ଶୁଭ କାମନା ଜଣାଇଛନ୍ତି l
What's Your Reaction?






