ପର୍ଯ୍ୟଟକ ଙ୍କୁ ଆକୃଷ୍ଟ କରୁଛି ବନ ବିଭାଗ ପ୍ରକୃତି ନିବାସ

Jan 5, 2026 - 20:39
 0  112
ପର୍ଯ୍ୟଟକ ଙ୍କୁ ଆକୃଷ୍ଟ କରୁଛି ବନ ବିଭାଗ ପ୍ରକୃତି ନିବାସ

ବାଲିଗୁଡା:ଲୋକ ଆବାଜ. ଇନ(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

ଓଡ଼ିଶା ର କାଶ୍ମୀର କୁହାଯାଉଥିବା କନ୍ଧ ମାଳ ଜିଲ୍ଳାର ଦାରିଂବାଡ଼ି ଠାରେ ପର୍ଯ୍ୟଟକ ଙ୍କ ରହିବା ପାଇଁ ଗତ ୧୦ବର୍ଷ ହେଲା 

 ପ୍ରକୃତି ନିବାସ ପ୍ରତିଷ୍ଠା କରାଯାଇଛି l ଯେଉଁ ଥିରେ କି ପର୍ଯ୍ୟଟକ ଙ୍କ ପାଇଁ ଉନ୍ନତ ମାନର ରହିବା, ଖାଇବା ସହ ପ୍ରକୃତି ର ମଜା ନେବା ପାଇଁ ଢେର ସାରା ବ୍ୟବସ୍ଥା ହୋଇଛି l ଆଉ ଶୀତ ଆସିଲେ ବ୍ୟସ୍ତ ବହୁଳ ଜୀବନ ରୁ କିଛି ସମୟ ବାହାର କରି ପ୍ରକୃତି ର ମଜା ନେବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ପର୍ଯ୍ୟଟକ ମାନେ ସପରିବାର, ସାଙ୍ଗ ମାନଙ୍କ ସହିତ ଆସି ବନ ବିଭାଗ ର ଏହି ପ୍ରକୃତି ନିବାସ ରେ ରହିଥାନ୍ତି l ଏଠି ସମସ୍ତ୍ ପ୍ରକାର ସୁବିଧା ଯୋଗାଇ ଦିଆଯାଇଥାଏ l ଏଠାରେ ରହିବା ପାଇଁ ପର୍ଯ୍ୟଟକ ମାନେ ଅନ ଲାଇନ ରେ ବୁକିଙ୍ଗ କରି ଆସିଥାନ୍ତି l ୨୦୧୬ ରେ ପ୍ରାୟ ୫କୋଟି ଟଂକା ବ୍ୟୟରେ ପ୍ରଥମେ ଏହି ପ୍ରକୃତି ନିବାସ ନିର୍ମାଣ କରାଯାଇ ଥିଲା l ଆଉ ପ୍ରତିବର୍ଷ ଏହlର କିଛି କିଛି ରକ୍ଷଣା ବେକ୍ଷଣ କାର୍ଯ୍ୟ କରାଯାଉଛି l ୨୦୨୪-୨ ୫ବର୍ଷ ରେ ଏହାର ପୁନର ଉଦ୍ଧାର ପାଇଁ ୨କୋଟି ୭୫ଲକ୍ଷ ଟଂକା ବ୍ୟୟ କରାଯାଇ ଅଧୁନିକି କରଣ କରlଯାଇଛି l କଟେଜ ନବୀ କରଣ ବାବଦ ରେ ୯୧ଲକ୍ଷ ୯୩ହଜାର ଟଂକା, ଶିଶୁ ଖେଳ ଜୋନ, ରିସେପସନ, ଗେମ ଜୋନ, ରେଷ୍ଟୁ ରାଣ୍ଟ ମରାମତି, ବିଦ୍ୟୁତ୍ ଓ ସାନିଟାରୀ ମରାମତି ବାବଦ ରେ ୮୪ଲକ୍ଷ ୨୦ହଜାର ଟଂକା ବ୍ୟୟ କରାଯାଇଛି l ଗେଟ ଓ ରାସ୍ତା ପାଇଁ ୩୨ଲକ୍ଷ ୬୮ହଜାର, ଦୁଇଟି ୧୦କିଲୋୱାଟ ସୋଲାର ସିଷ୍ଟମ୍ ପାଇଁ ୧୯.୩୫ଲକ୍ଷ, ଦୁଇଟି ବି ଓ ଭି ଗାଡି ପାଇଁ ୯ଲକ୍ଷ,କଂଶଲ୍ଟେନ୍ସି ବାବଦ ରେ ୫ଲକ୍ଷ ୩୪ହଜାର ଟଂକା ବ୍ୟୟ କରାଯାଇ ଆକର୍ଷଣୀୟକରଯାଇଥିବା ଦେଖିବlକୁ ମିଳିଛି l ଏହାଦ୍ବାରା ଅଧିକ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସିବେ ଓ ପ୍ରକୃତି ନିବାସ ରେ ରହିବେ ବୋଲି ବନ ବିଭାଗ ରେଞ୍ଜର କହିଛନ୍ତି l ଡ଼ି ଏଫ୍ ଓ ଙ୍କ ବ୍ୟକ୍ତ ଗତ ନିଷ୍ଠା ପର ଉଦ୍ୟମ ଆନ୍ତରିକତା, ଆଗ୍ରହ, କାର୍ଯ୍ୟ ଦକ୍ଷତା ଯୋଗୁଁ ଏହା ସମ୍ଭବ ହୋଇଥିବା କୁହାଯାଉଛି l ତେବେ ନିର୍ମାଣ ଓ ପୁନରୁଦ୍ଧାର କାର୍ଯ୍ୟ ରେ ଦୁର୍ନୀତି ଓ ଅନୀୟ ମିତତା ହୋଇଥିବା ଅଭିଯୋଗ ମିଥ୍ୟା ଓ ଭିତ୍ତିହୀନ ବୋଲି ଡି ଏଫ୍ ଓ ଘନ ଶ୍ୟାମ ମହନ୍ତ କହିଛନ୍ତି l ଏହାକୁ ଆଗାମୀ ଦିନରେ ଅଧିକ ଆକର୍ଷଣୀୟକରିବା ପାଇଁ ଉଦ୍ୟମ କରିବେ ବୋଲି କହିଛନ୍ତି l ସେହିପରି ବନ ବିଭାଗ ର ପ୍ରକୃତି ଉଦ୍ୟାନ କୁ ମଧ୍ୟ ସୁନ୍ଦର୍ ଓ ଆକର୍ଷଣୀୟ କରାଯିବ, ଫଳରେ ପର୍ଯ୍ୟଟକ ମାନେ ସେଠାରେ ପ୍ରକୃତିକୁ ଉପଭୋଗ କରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି l

What's Your Reaction?

like

dislike

love

funny

angry

sad

wow