ଶହୀଦ ପ୍ରଭାସ ଚନ୍ଦ୍ର ଯୋଶୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ

Nov 30, 2025 - 21:04
 0  45
ଶହୀଦ ପ୍ରଭାସ ଚନ୍ଦ୍ର ଯୋଶୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ବୋଡ଼େନ :ଲୋକ ଆବାଜ. ଇନ(ରାମନାଥ ପଣ୍ଡା ଙ୍କ ରିପୋର୍ଟ)

ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ତରାପୁର ଗ୍ରାମର ପ୍ରଭାସ ଚନ୍ଦ୍ର ଯୋଶୀ ଦେଶ ମାତୃକା ସେବାରେ ବି ଏସ ଏଫ୍ ଜବାନ ଭାବରେ କାର୍ଯ୍ୟ କରି ଶହୀଦ ହୋଇଯାଇଛନ୍ତି ସତ ହେଲେ ସମସ୍ତଙ୍କ ସ୍ମୃତିରେ ସେ ଆଜି ଅମର। କ୍ରିକେଟ ଖେଳକୁ ଭାରି ପସନ୍ଦ କରିବା ସହ ଭଲ ଖେଳୁଥିଲେ । ସେ ୧୯୮୨ ମସିହାରେ ତରାପୁର ଗ୍ରାମରେ କ୍ରିକେଟ ଆରମ୍ଭ କରାଇଥିଲେ ।ତାଙ୍କର ଅନେକ ଅବଦାନ ଅଭୁଲା ସ୍ମୃତି ହୋଇ ରହିଯାଇଛି ସମସ୍ତଙ୍କ ହୃଦୟରେ । ତାଙ୍କରି ସ୍ମୃତି ଚାରଣ ନିମିତ୍ତ ଜୟ ପାହାଡ ବୁଢା କ୍ରିକେଟ କ୍ଲବ ତରାପୁର ଦ୍ଵାରା ଆଜି ପ୍ରଭାସ ଚନ୍ଦ୍ର ଯୋଶୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣା ମେଣ୍ଟ ଉଦଘାଟନ ହୋଇଯାଇଛି ।ଉଦଘାଟନୀ ଉତ୍ସବରେ ପ୍ରଧାନ ଶିକ୍ଷକ ଅଙ୍କନ ସିଂ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୀର ଜବାନଙ୍କ ଗୁଣ ଗାନ କରିଥିବାବେଳେ ଶୁଭମ ଯୋଶୀ ମଞ୍ଚ ପରିଚାଳନା ଦାୟୀତ୍ୱ ନିର୍ବାହ କରିଥିଲେ,ତାଙ୍କ ସହିତ ସମ୍ମାନିତ ଅତିଥି ରୂପେ ଦୁଆରର୍ଶନି ହାଇ ସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ସତ୍ୟପୀର ପଣ୍ଡା,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋଲକ ଚନ୍ଦ୍ର ତ୍ରିପାଠୀ,କ୍ରୀଡା ଶିକ୍ଷକ ଗଣେଶ ଚନ୍ଦ୍ର ଯୋଶୀ,କ୍ରୀଡା ଶିକ୍ଷକ ପରମେଶ୍ବର ପଣ୍ଡା,ଶିକ୍ଷକ ମାଧବ ବାଗ,ସି ଆର ସି ସି ଶୁଭେନ୍ଦୁ ଯୋଶୀ,ଜିଲ୍ଲା ରିପୋର୍ଟର ରାମନାଥ ପଣ୍ଡା ଓ ବିଶିକେଶନ ପଣ୍ଡା,ଶିକ୍ଷକ ଅରବିନ୍ଦ ପଣ୍ଡା,ୱାର୍ଡ ମେମ୍ବର ଅବନୀ ରଞ୍ଜନ ଯୋଶୀ, ପ୍ରମୁଖ ମଞ୍ଚାଶିନ ଥିଲେ । ଗ୍ରାମର ପୂର୍ବତନ କ୍ରିକେଟ୍ ଖେଳାଳି ମାନଙ୍କୁ ଆଜି ସମ୍ବର୍ଦ୍ଧିତ କରାଯାଇଛି ।ଉଦଘାଟନୀ ମ୍ୟାଚଟି ଖାସବାହାଲ ଓ ବିରିଘାଟ କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଖାସବାହାଲ କ୍ରିକେଟ ଦଳ ନିର୍ଦ୍ଧାରିତ ୧୨ ଓଭରରେ ବ୍ୟାଟ୍ସମ୍ୟାନ୍ ଜ୍ୟୋତିଙ୍କ ୩୯ ବଳରେ ୧୨୩ ରନ ସହାୟତାରେ ୪ ୱିକେଟ ବିନିମୟରେ ୧୭୯ ରନ କରିଥିବାବେଳେ ବିପକ୍ଷ ଦଳ ବିରୀଘାଟ ୯ ୱିକେଟ ବିନିମୟରେ ୧୫୨ ରନ ସଂଗ୍ରହ କରି ୨୭ ରନ ରେ ପରାଜିତ ହୋଇଥିଲା । ଅମ୍ପାୟାର ରୂପେ ଭୂମେଶ ଶବର ଓ ଅମିୟ ପାଣିଗ୍ରାହୀ ତଥା ଖେଳର ଧାରା ବିବରଣୀ ଚୁଲ ଶବର ସମ୍ଭାଳିଥିଲେ ।

What's Your Reaction?

like

dislike

love

funny

angry

sad

wow