ପଲଶାଗୋରା ହାଇସ୍କୁଲ ରେ ବ୍ଲକ ବିଦ୍ୟାଳୟ ସ୍ତରୀୟ କ୍ରିକେଟ ଖେଳାଳୀ ଚୟନ ଶିବିର

କଣ୍ଟାମାଳ ୭/୧୧(ଲୋକ ଆବାଜ.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଦ୍ୱାରା ପଲଶାଗୋରା ମିଳିତ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ଦ୍ୱାରା ଏକ ବ୍ଲକ ବିଦ୍ୟାଳୟ ସ୍ତରୀୟ କ୍ରିକେଟ ଖେଳାଳୀ ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି |ସକାଳୁ ଉଦ୍ଘାଟନୀ ଉତ୍ସବ ରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉଦ୍ଧବ ମହାଲିକ ଓ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସଂଜୀବ କୁମାର ପ୍ରହରାଜ ଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି |
ଶିବିର ରେ ବ୍ଲକ ର ବିଭିନ୍ନ ବିଦ୍ୟାଳୟ ରୁ 63ଜଣ ଛାତ୍ର ଯୋଗ ଦେଇଥିବା ବେଳେ 17 ଜଣ ଜିଲ୍ଲା ସ୍ତରୀୟ ଚୟନ ଶିବିର ରେ ଭାଗ ନେବେ ବୋଲି ଜଣା ପଡିଛି |ଖେଳ ପରିଚାଳନା ରେ ଖେଳ ଶିକ୍ଷକ ଅରୁଣ ଖଟୁଆ, ସୁଦାମ ମିଶ୍ର ଓ ଅନ୍ୟ ବିଦ୍ୟାଳୟ ର ଖେଳ ଶିକ୍ଷକ ମାନେ ଓ ସ୍ଥାନୀୟ ବିଦ୍ୟାଳୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ |
What's Your Reaction?






