ବସ ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର

Nov 7, 2024 - 21:55
 0  110
ବସ ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର

କଣ୍ଟାମାଳ ୭/୧୧(ଲୋକ ଆବାଜ.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

କଣ୍ଟାମାଳ ଥାନା ଅଇଁଲା ଚୁଆଁ ଆଦର୍ଶ ବିଦ୍ୟାଳୟ ନିକଟରେ ଏକ ସରକାରୀ ବସ ଧକ୍କାରେ ଜଣେ ବାଇକ ଆରୋହୀ ଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି | ଆଜି ଅପରାହ୍ନ ୫ଟାରେ ମନମୁଣ୍ଡା ପଟୁ କଣ୍ଟାମାଳ ଅଭିମୁଖେ ଯାଉଥିବା ଜଟଣୀ ବସ ରାଜ୍ୟରାଜପଥ ନଂ ୪୧ର ଅଇଁଲାଚୁଆଁ ଆଦର୍ଶ ବିଦ୍ୟାଳୟ ନିକଟରେ ଏକ ବାଇକ କୁ ଧକ୍କା ଦେଇଥିଲା | ଦୁର୍ଘଟଣାରେ ବସ ତଳେ ବାଇକ ଆରୋହୀ ପଡି ଯାଇ ଥିବା ବେଳେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା | ଅନ୍ୟଜଣେ ବାଇକ ରୁ ଛିଟିକି ପଡି ତଳେ ପଡି ଗୁରୁତର ଆହତ ହୋଇଥିଲେ | ମୃତକ ଜଣକ ମନମୁଣ୍ଡା ଥାନା ବରଗୋଚ୍ଛା ପଞ୍ଚାୟତ ଅନ୍ତର୍ଗତ କନାବିର ଗ୍ରାମର ହୋଇଥିବା ବେଳେ ଗୁରୁତର ଆହତ ଜଣକ ଖଲିଆପାଲି ପଂଚାୟତ ନୁଆଁପାଲି ଗ୍ରାମର ମୁରଲୀ କହଁର ବୋଲି ପ୍ରତକ୍ଷଦର୍ଶୀ ସୂଚନା ଦେଇଛନ୍ତି | ଘଟଣା ସ୍ଥଳରେ କଣ୍ଟାମାଳ ପୁଲିସ ପହଂଚି ଉଭୟ ଗାଡି ସହ ଶବକୁ ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଛି |

What's Your Reaction?

like

dislike

love

funny

angry

sad

wow