ପଲସାଗୋରା ଉଚ୍ଚ ବିଦ୍ୟାଳୟ ରେ ଜିଲ୍ଲା ସ୍ତରୀୟ ହିନ୍ଦୀ ଦିବସ

କଣ୍ଟାମାଳ : ଲୋକ ଆବାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
ବୌଦ୍ଧ ଜିଲ୍ଲାକଣ୍ଟାମାଳବ୍ଲକ ପଲସାଗୋରା ମିଳିତ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଠାରେ ଜିଲ୍ଲା ହିନ୍ଧୀ ଶିକ୍ଷକସଙ୍ଘ ଦ୍ୱାରା ଜିଲ୍ଲା ସଂଘ୍ ସଭାପତି ଶ୍ରୀଯୁକ୍ତ ସଦାନନ୍ଦ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇ ଯାଇଛି ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଘନଶ୍ୟାମ ମେହେର ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସଞ୍ଜୀବ କୁମାର ପ୍ରହରାଜ ଓ ସଙ୍ଘ୍ ର ଉପଦେଷ୍ଟା ଶ୍ରୀଯୁକ୍ତ ବସନ୍ତ କୁମାର ଦାସ ଯୋଗ ଦେଇଥିଲେ । ଜିଲ୍ଲା ହିନ୍ଦୀ ଶିକ୍ଷକ ସଂଘ ର ସମ୍ପାଦକ ଶ୍ରୀଯୁକ୍ତ ମନଜିତ ମୋହନ ଚାନ୍ଦ ମଞ୍ଚ ସଞ୍ଚାଳନ କରିଥିବା ବେଳେ ଦେବବ୍ରତ ପ୍ରସାୟତ ଅତିଥିପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ମେହେର ହିନ୍ଦୀ ଭାଷା ଓ ସାହିତ୍ୟ ଅତ୍ୟନ୍ତ ସମୃଦ୍ଧ ଏବଂ ଏହାର ପ୍ରଚାର ପ୍ରସାର ନିମନ୍ତେ ହିନ୍ଦୀ ଶିକ୍ଷକ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ନିଜର ବକ୍ତବ୍ୟ ରେ ପରିପ୍ରକାଶ କରିଥିଲେ । ଶ୍ରୀଯୁକ୍ତ ବସନ୍ତ କୁମାର ଦାସ ନିଜର ଅଭିଭାଷଣ ରେ ହିନ୍ଦୀ ଦିବସ ପାଳନ ର ଉଦ୍ଦେଶ୍ୟ ଓ ମହତ୍ତ୍ଵ ବିଷୟ ରେ କହିଥିଲେ। ଏହି କାର୍ଯ୍ୟକ୍ରମ ରେ ଶ୍ରୀମତୀ ଇତିଶ୍ରୀ ମିଶ୍ର ,ଶ୍ରଦ୍ଧାଞ୍ଜଳି ସାହୁ, ନାରାୟଣ ମେହେର ନିଜର ଅଭିଭାଷଣ ରଖି ଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ସରକାରୀ ସେବାରୁ ଅବସର ନେଇ ଥିବା ଶ୍ରୀଯୁକ୍ତ ନରେନ୍ଦ୍ର ପ୍ରଧାନ,ଶ୍ରୀଯୁକ୍ତ ପ୍ରବୀଣ କୁମାର ସାହୁ ଓ ଶ୍ରୀମତୀ କନକ ପ୍ରଭା ଦେବୀ ପଟ୍ଟନାୟକ ଙ୍କୁ ସମ୍ବର୍ଦ୍ଧନା ଦିଆ ଯାଇଥିଲା ।ଏହା ସହିତ ଜିଲ୍ଲା ରେ ଯୋଗ ଦେଇଥିବା ଚାରି ଜଣ ହିନ୍ଦୀ ଶିକ୍ଷକଙ୍କୁ ସଂଘ ଦ୍ଵାରା ସ୍ବାଗତ କରାଯାଇଥିଲା । ପଲସଗୋରା ଉଚ୍ଚ ବିଦ୍ୟାଳୟ ର ହିନ୍ଦୀ ଶିକ୍ଷୟତ୍ରୀ ସଙ୍ଗୀତା ଦଣ୍ଡେସ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲାର ପ୍ରାୟ ୬୦ଜଣ ହିନ୍ଦୀ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ ।
What's Your Reaction?






