କୀଡୀନି ଚୋରି ଅଭିଯୋଗ ପରେ ମଶାଣି ରୁ ଖୋଳା ହେଲା ଶବ କଫିନ ରୁ ବାହାରିଲା ମୃତ ଦେହ l ପୋଲିସ,ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ଗ୍ରାମବାସୀ ଖୋଲିଲେ ଶବ !!!

Oct 18, 2024 - 21:17
Oct 18, 2024 - 22:55
 0  11
କୀଡୀନି ଚୋରି ଅଭିଯୋଗ ପରେ ମଶାଣି ରୁ ଖୋଳା ହେଲା ଶବ କଫିନ ରୁ ବାହାରିଲା ମୃତ ଦେହ l ପୋଲିସ,ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ଗ୍ରାମବାସୀ ଖୋଲିଲେ ଶବ !!!

କନ୍ଧମାଳ:ଲୋକ ଆବାଜ. ଇନ(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

 ବାଲିଗୁଡା ଥାନା ଅନ୍ତର୍ଗତ ସୁଡ୍ରା ଗ୍ରାମ ପଞ୍ଚାୟତ ର ଟିକରପାଜୁ ଗାଁ ରେ ଘଟିଛି ଅଭାବନୀୟ ଘଟଣା। l

କଟକ ର ଏକ ଘରୋଇ ମେଡିକାଲ ରେ ଚିକିତ୍ସାଧୀନ ଅବସ୍ଥାରେ ଗତ ବୁଧବାର ଦିନ ବାବୁଲା ଡିଗାଲ ଙ୍କ ମୃତ୍ୟୁ ଘଟିଥିଲା l ଗ୍ରାମବାସୀ ଶବକୁ ଆଣି ଗାଁ ମଶାଣି ରେ କବର ଦେଇଥିଲେ l ସୂଚନା ଅନୁଯାୟୀ ଗତ ତେର ତାରିଖ ଦିନ ବାବୁଲା ଦିଗାଲ ତୁମୁଡିବନ୍ଧ ନିକଟସ୍ଥ ଡଡ଼ଙ୍ଗ ଘାଟିରେ ସଡ଼କ ଦୁର୍ଘଟଣା ରେ ଗୁରତର ହୋଇ ପ୍ରଥମେ ବାଲିଗୁଡା ମେଡିକାଲ ପରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସାପାଇଁ ଭର୍ତ୍ତି ହୋଇଥିଲେ ଅବସ୍ଥା ଗୁରୁତର ହେବା ରୁ କଟକ ର ଏକ ଘରୋଇ ମେଡିକାଲ ରେ ଚିକିତ୍ସା ପାଇଁ ପରିବାର ଲୋକଙ୍କୁ ନେଇ ଯାଇଥିଲେ l ଅପରେସନ ହେବ କହି ରୋଗୀ ଙ୍କ ସମ୍ପର୍କୀୟ ଙ୍କୁ ଏକ ଲକ୍ଷ ଟଙ୍କା ଦାବୀ କରିଥିଲେ ମେଡିକାଲ କତୃପକ୍ଷ ଅପରେସନ ସଫଳ ହୋଇଥିବା କଥା ମେଡିକାଲ ପକ୍ଷରୁ କୁହାଯାଇ ଥିଲା କିନ୍ତୁ ବାବୁଲା ଡିଗାଲ ଙ୍କ ମୃତ୍ୟୁ ଘଟିଥିଲା l ପରେ ପରିବାର ଲୋକେ ପେଟ ନିକଟରେ କଟା ହୋଇଥିବା ଦେଖି କୀଡୀନି ଚୋରୀ ହୋଇଥିବା ସନ୍ଦେହ କରି ବାଲିଗୁଡା ଥାନା ରେ ଲିଖିତ ଅଭିଯୋଗ କରିଥିଲେ l

 ବାଲିଗୁଡା ଥାନା ପୋଲିସ ଏକ ମାମଲା ରୁଜୁକରିଛି l ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ, ଏ, ଏସ, ଆଇ ଯୁଗଳ ନାୟକ ଟିକରପାଜୁ ଗାଁ କୁ ଯାଇ ମାଜିଷ୍ଟ୍ରେଟ ହରେକୃଷ୍ଣ ରାଉତ ଙ୍କ ଉପସ୍ଥିତିରେ ମଶାଣି ରୁ ଶବଖୋଳି ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବାଲିଗୁଡା ଉପଖଣ୍ଡ ମେଡିକାଲ କୁ ପଠାଇ ତଦନ୍ତଜାରି ରଖିଛନ୍ତି l ଏହିଭଳି ଅମାନବୀୟ କାମ କରିଥିବା ରୁଦ୍ର ମେଡିକାଲ ବିରୋଧ ରେ କଡା କାର୍ଯାନୁଷ୍ଠାନ ନେବା ସହିତ କ୍ଷତି ପୂରଣ ଦେବାକୁ ପରିବାର ଲୋକ ସମେତ ଗ୍ରାମବାସୀ ଦାବୀ କରିଛନ୍ତି lତେବେ ସ୍ୱାସ୍ଥ୍ୟ ମନ୍ତ୍ରୀ ଏହି ଘଟଣା କୁ ନେଇ ଶୀଘ୍ର ଉପଯୁକ୍ତ ତଦନ୍ତ କରିବା ନେଇ ନିର୍ଦ୍ଦେଶ ଦେଇଥିବା ଜଣା ପଡ଼ିଛି

What's Your Reaction?

like

dislike

love

funny

angry

sad

wow