ପଲସାଗୋରା ମୁରାସୁର ଦରବାର ତୃତୀୟସନ୍ଧ୍ୟା ରେ ବିଷ୍ଣୁଙ୍କ ଦଧିଶୟନ ବେଳେ ଦେବତାମାନଙ୍କ ଗୁହାରିନାଟକ ଅନୁଷ୍ଠିତ l

କଣ୍ଟାମାଳ : ଲୋକ ଆବାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ପଲଶାଗୋରା ଠାରେ ସ୍ୱସ୍ତିକ କ୍ଲବ ଦ୍ୱାରା ଆୟୋଜିତ ହେଉଥିବା ଗଜଲକ୍ଷ୍ମୀପୂଜା ଅବସରରେ ମୁରାସୁର ଦରବାର ତୃତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଇ ଯାଇଛି l
ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ରେ କଂସ ମହାରାଜ ଭୂମିକା ରେ ଅଭିନୟ କରିଥିବା ହୃଷିକେଶ ଭୋଇ ମୁରାସୁର ଦରବାର ରେ ମୁରାସୁର ଭୂମିକା ରେ ଅଭିନୟ କରିଥିଲେ l ତୃତୀୟ ସନ୍ଧ୍ୟାର କାର୍ଯ୍ୟକ୍ରମ ଚିତ୍ତାକର୍ଷକ ହୋଇଥିଲା l ମୁରାସୁର ଭୋପାଲ ଦେଶର ରାଜା ଭୋପାଳେଶ୍ୱରଙ୍କୁ ପରାସ୍ତ କରି ତାଙ୍କ ଝିଅ ମଦୁନାବତୀ ସଂଗେ ବିଭାହ l ,ବିଷ୍ଣୁ ଙ୍କ ଦଧି ଶୟନ ବେଳେ ଦେବତା ମାନଙ୍କ ଗୁହାରି ନାଟକ ମଞ୍ଚସ୍ଥ ହୋଇଥିଲା l ମୁରାସୁର ଙ୍କ ଦରବାରରେ ରାଜଅତିଥି ଭାବେ ଚାଷୀନେତ୍ରୀ ସୋନାଲି ବିଶି, ବନପାଳ ପୁରନ୍ଦର କର୍ମୀ , ଶିକ୍ଷକ ଲଖ୍ମଣ ମହାପାତ୍ର, ବିଜେପି ନେତା ଶିବନାରାୟଣ ଚାଉଳିଆ,ଅଟଳ ପ୍ରଧାନ,ଆଦିବାସୀ ନେତା ଡମ୍ବରୁଧର କହଁର, ଯୋଗ ଦେଇ ଥିଲେ l,
ପ୍ରସିଦ୍ଧ କଳାକାର ହୃଷିକେଶ ଭୋଇ ଙ୍କ ମୁରାସୁର ଭୂମିକାକୁ ରାଜଅତିଥି ଓ ଦର୍ଶକ ମାନେ ବହୁ ପ୍ରଶଂସା କରିଥିଲେl ମଞ୍ଚକୁ ଅଚୁତ ଖମାରି ପରିଚାଳନା କରିଥିଲେl ସ୍ୱସ୍ତିକ କ୍ଲବ ର ସଦସ୍ୟ ମାନଙ୍କର ସହଯୋଗ ରେ ଶାନ୍ତି ଶୃଙ୍ଖଳାର ସହିତ ଦର୍ଶକ ମାନେ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ କଳାକାରଙ୍କ ନାଚ ଗୀତ ଓ ନାଟକକୁ ଉପଭୋଗ କରିଥିଲେ l
What's Your Reaction?






