ଘଣ୍ଟାପଡ଼ା ହାଇସ୍କୁଲରେ ସଂସ୍କୃତ ଦିବସ ପାଳିତ

Sep 4, 2024 - 21:04
 0  15
ଘଣ୍ଟାପଡ଼ା ହାଇସ୍କୁଲରେ ସଂସ୍କୃତ ଦିବସ ପାଳିତ

କଣ୍ଟାମାଳ: ଲୋକ ଆବାଜ୍.ଇନ(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକର ଘଣ୍ଟାପଡ଼ାସ୍ଥିତ ସମଲେଶ୍ଵରୀ ସରକାରୀ ଉଚ୍ଚ ବିଦ୍ୟାଳୟର ସଭାଗୃହରେ ସଂସ୍କୃତ ଶିକ୍ଷକ ତଥା କାର୍ଯ୍ୟକ୍ରମ ସଂଯୋଜକ ଦୁର୍ଗାଶଙ୍କର ପଣ୍ଡାଙ୍କ ସଂଯୋଜନାରେ ସଂସ୍କୃତ ଦିବସ ପାଳିତ ହୋଇଯାଇଛି l ପ୍ରଧାନଶିକ୍ଷକ ପିତବାସ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ଘଣ୍ଟାପଡ଼ା ଡିଗ୍ରୀ କଲେଜର ଅଧ୍ୟକ୍ଷ ଗିରିଧର ଦେହୁରୀ ,ସମ୍ମାନୀତ ଅତିଥିଭାବେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ପ୍ରଭାତ ସାହୁ ଓ ଖୁଣ୍ଟିଗୋରା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଗୋବିନ୍ଦ ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ଦେଶରେ ସଂସ୍କୃତର ପୂର୍ବ ଓ ପରର ଉପାଦେୟତା ଓ ଉପଯୋଗୀତା ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ l

  ବିଦ୍ୟାଳୟର ସହକାରୀ ଶିକ୍ଷକ ସନ୍ତୋଷ ସାହୁ, ଶାନ୍ତନୁ ସେଠି ,ଶିକ୍ଷୟିତ୍ରୀ ସୁପ୍ରଭା ଦେହୁରୀ ଓ ଖେଳଶିକ୍ଷୟତ୍ରୀ ମନ୍ଦାକିନୀ ବଗର୍ତ୍ତୀ ପ୍ରମୁଖ ଯୋଗଦେଇ ଆଧୁନିକ ଯୁଗରେ ସଂସ୍କୃତର ଆବଶ୍ୟକତା ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ । ପୂର୍ବରୁ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଦୁର୍ଗାଶଙ୍କର ପଣ୍ଡାଙ୍କ ତତ୍ତ୍ଵାବଧାନରେ ପିଲାଙ୍କ ମଧ୍ୟରେ ସଂସ୍କୃତ ସମ୍ଭାଷଣ, ନାଚ ଓ ସଂଗୀତ ପ୍ରତିଯୋଗିତା ହୋଇଥିଲା l ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ଓ ସହଭାଗିତା ପ୍ରମାଣପତ୍ର ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l ସଭାପୂର୍ବରୁ ସ୍କୁଲର ଛାତ୍ର ଶୁଭମ ଚୌହାନ ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ସ୍ଥଳେ ଛାତ୍ରୀ ମିନର୍ଭା ସା ମଞ୍ଚ ପରିଚାଳନା ଓ ଛାତ୍ରୀ ରୋଜାଲିନ କହଁର ଧନ୍ୟବାଦ ଅର୍ପଣ କରିଥିଲେ

What's Your Reaction?

like

dislike

love

funny

angry

sad

wow