ପଲସାଗୋରା ମୁରାସୁର ଦରବାରର ଚତୁର୍ଥସନ୍ଧ୍ୟା । ମନ ମୋହିଲା ସାଂସ୍କୃତିକ କାର୍ଯ୍ୟକ୍ରମର ଘୁଵଖୁଡ଼ୁ ନାଚ ।

କଣ୍ଟାମାଳ : ଲୋକ ଆବାଜ୍: ଇନ୍ (ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ପଲଶାଗୋରା ଠାରେ ସ୍ୱସ୍ତିକ କ୍ଲବ ଦ୍ୱାରା ଆୟୋଜିତ ହେଉଥିବା ଗଜଲକ୍ଷ୍ମୀପୂଜା ଉପଲକ୍ଷେ ଆୟୋଜିତ ମୁରାସୁର ଦରବାରର ଚତୁର୍ଥ ସନ୍ଧ୍ୟାରେ ମୁରାସୁର ଙ୍କଜମପୁରୀ ଆକ୍ରମଣ ଓ ବିଷ୍ଣୁଙ୍କ ଅନନ୍ତ ଶୟନ ନାଟକ ମଞ୍ଚସ୍ଥ ହୋଇଥିଲା l
ମୁରାସୁର ଦରବାରରେ ରାଜଅତିଥି ଭାବେ ବରିଷ୍ଠ ଶିକ୍ଷାବିତ ନିଳାଚଳ ଭୋଇ, ସମାଜସେବୀ, ଆଇନଜୀବୀ ତଥା କଂଗ୍ରେସ ନେତା ପ୍ରଶାନ୍ତ ସାହୁ, ବରିଷ୍ଠ ସାମ୍ବାଦିକ ଭାର୍ଜନ କୁମାର ପ୍ରଧାନ , ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା କଂଗ୍ରେସ ନେତା କେଶବ ଚନ୍ଦ୍ର କ୍ଷେତି,ବରିଷ୍ଠ ଆଦିବାସୀ ନେତା ତଥା ବିଜେପି ନେତା ସତ୍ୟନାରାୟଣ ମାଝୀ ପ୍ରମୁଖ ଯୋଗ ଦେଇ କମିଟି ଦ୍ଵାରା ଏପରି କାର୍ଯ୍ୟକ୍ରମକୁ ବହୁତ ପ୍ରଶଂସା କରିଥିଲେ ଓ ଭାଇଚାରା ସୃଷ୍ଟି ପାଇଁ ତଥା ଲୁକ୍କାୟିତ କଳାକୁ ଉଜ୍ଜୀବିତ ରଖିବା ଏପରି ମଞ୍ଚର ଆବଶ୍ୟକତା ରହିଥିବା ନେଇ ବକ୍ତବ୍ଯ ରଖିଥିଲେ।
ଏପରିକି ରାଜଦରବାର ମୂଖ୍ୟ ପ୍ରସିଦ୍ଧ କଳାକାର ହୃଷିକେଶ ଭୋଇ ଙ୍କ ମୁରାସୁର ଭୂମିକାକୁ ମଧ୍ୟ ରାଜଅତିଥି ଓ ଦର୍ଶକ ମାନେ ବହୁ ପ୍ରଶଂସା କରିଥିଲେl ମଞ୍ଚକୁ ଅଚ୍ୟୁତ ଖମାରି ପରିଚାଳନା କରିଥିଲେ ।ସ୍ୱସ୍ତିକ କ୍ଲବ ର ସଦସ୍ୟ ମାନଙ୍କର ସହଯୋଗ ଓ ସୁରକ୍ଷା ବିଭାଗର ସମସ୍ତ ପୁଲିସ କର୍ମଚାରୀଙ୍କ ଦାୟିତ୍ଵ ଯୋଗୁଁ ଶାନ୍ତି ଶୃଙ୍ଖଳାର ସହିତ ଦର୍ଶକ ନାଟକକୁ ଉପଭୋଗ କରିଥିବା ସଂଗେସଂଗେ ମୀନାବଜାର ରାମ ଦୋଳି, ବ୍ରେକଡ୍ୟାନ୍ସ ସହ ଚଟପଟିର ମଜା ନେଇଥିଲେ ଦର୍ଶକ ।
What's Your Reaction?






