ଆନ୍ତଃ ରାଷ୍ଟ୍ରୀୟ ହିନ୍ଦୁପରିଷଦ ରାଷ୍ଟ୍ରୀୟ ବଜରଙ୍ଗ ଦଳ ପକ୍ଷରୁ ବ୍ରହ୍ମଲୀନ ବେଦାନ୍ତକେଶରୀ ସ୍ୱାମୀ ଲକ୍ଷ୍ମଣlନନ୍ଦ ସରସ୍ବତୀଙ୍କ ସ୍ମୃତିସଭା l
ବାଲିଗୁଡା:ଲୋକ ଆବାଜ. ଇନ/ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଗାୟତ୍ରୀ ଶକ୍ତିପୀଠ ପରିସର ମଧ୍ୟରେ 20 ତାରିଖ ଦିନ ଅନ୍ତଃ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ରାଷ୍ଟ୍ରୀୟ ବଜରଙ୍ଗ ଦଳ ପକ୍ଷରୁ ଅଖଣ୍ଡ ଭାରତ ସଂକଳ୍ପ ଦିବସ ଓ଼ ବ୍ରହ୍ମଲୀନ ବେଦାନ୍ତକେଶରୀ ସ୍ୱାମୀ ଲକ୍ଷ୍ମଣlନନ୍ଦ ସରସ୍ବତୀଙ୍କ ହିନ୍ଦୁତ୍ବ ସୁରକ୍ଷା ସମୃଦ୍ଧି ଓ଼ ଗୋ ମାତା ଙ୍କ ସୁରକ୍ଷା ପାଇଁ ବଳିଦାନ ଦେଇଥିଲେ ତାଙ୍କର ବଳିଦାନ ବ୍ୟର୍ଥନଯାଉ ଏନେଇ ଧର୍ମ ସଭାରେ ସ୍ୱାମୀଜୀଙ୍କୁ ସ୍ମୃତି ଚାରଣ କରାଯାଇ ଥିଲା , ୨୪ ବର୍ଷ ଶାସନ କରୁଥିବା ବିଜେଡି ସରକାର ସମୟରେ ଆଦିବାସୀ ଙ୍କ ଶିକ୍ଷା , କୃଷି କର୍ମଣ ଶିକ୍ଷା ଓ ସେବା କରୁଥିବା ଜଣେ ୮୦ ବର୍ଷର ସାଧୁ ଙ୍କ ସମେତ ଚାରି ସହଯୋଗୀ ଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇ ଥିଲା, ତଦନ୍ତ ପରେ ତଦନ୍ତ ନାଇଡୁ କମିଶନ, ପାଣିଗ୍ରାହୀ କମିଶନ ବସିଥିଲେ ମଧ୍ଯ ଆଜକୁ ୧୭ ବର୍ଷ ହେବ ତଦନ୍ତ ରିପୋର୍ଟ ସାର୍ବ ଜନିନ କରାଯାଇ ନ ଥିବା ଅଭିଯୋଗ ସହିତ ସ୍ୱାମୀଜୀ ଙ୍କ ପ୍ରକୃତ ହତ୍ୟାକାରୀ ଷଡ଼ଯନ୍ତ୍ର କାରୀ ଆଜି ପର୍ଯ୍ୟନ୍ତ ଧରପଡ଼ିନି, ସ୍ୱାମୀଜୀ ଙ୍କ ହତ୍ୟା ରହସ୍ୟ ହୋଇ ରହିଯାଇଛି, ବର୍ତ୍ତମାନ ବିଜେପି ସରକାର ଲୋକଙ୍କ ସରକାର ମୋହନ ସରକାର ପ୍ରକୃତ ହତ୍ୟାକାରୀ ଓ ଷଡ଼ଯନ୍ତ୍ର କାରୀ ଙ୍କୁ ନିଶ୍ଚିତ ଧରିବେ ଅନ୍ତଃ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ରାଷ୍ଟ୍ରୀୟ ବଜରଙ୍ଗ ଦଳର ଓଡିଶା ପ୍ରଭାରୀ ବିଶ୍ୱନାଥ ପାତ୍ର ଆଶା ବ୍ୟକ୍ତ କରିଛନ୍ତି l
What's Your Reaction?






