ପଲସାଗୋରା ହାଇସ୍କୁଲ ଛକ ନିକଟରେ ଥିବା କବାଡି ଖାନାରେ ଅଗ୍ନିକାଂଡ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ

କଣ୍ଟାମାଳ:ଲୋକ ଆବାଜ. ଇନ(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
କଣ୍ଟାମାଳ ବ୍ଲକ୍ ପଲସାଗୋରା ହାଇସ୍କୁଲ ଛକ ନିକଟରେ ଥିବା ଏକ କବାଡି ଖାନାରେ ଲାଗିଥିବା ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ l ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳୁ କୌଣସି କାରଣରୁ ପଲସାଗୋରା ହାଇସ୍କୁଲ ଛକ ନିକଟରେ ଥିବା ଦିଲ୍ଲୀପ ସାହୁଙ୍କ କବାଡି ଖାନାରେ ଅଗ୍ନିକାଂଡ ଘଟିଥିଲା l ସେଠାରେ କେହି ନଥିବା ହେତୁ ଜାଣି ପାରିନଥିଲେ l ଲୋକେସକାଳ 7ଘଣ୍ଟା ସମୟରେ ଦେଖିପାରି କଣ୍ଟାମାଳ ଓ ସୋନପୁର ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ | ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଥିଲେ | କବାଡି ଖାନାରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ଭସ୍ମୀଭୂତ ହୋଇଯାଇଛି l
What's Your Reaction?






