ବାଲିଗୁଡ଼ା ପୋଲିସ୍ ପାଇଁ ପୁଣି ଏକ ସଫଳତା, ଦୁଇ ଡକାୟତ ଗିରଫ

Oct 4, 2024 - 22:10
 0  142
ବାଲିଗୁଡ଼ା ପୋଲିସ୍ ପାଇଁ ପୁଣି ଏକ ସଫଳତା,  ଦୁଇ ଡକାୟତ ଗିରଫ

ବାଲିଗୁଡା: ଲୋକ ଆବାଜ୍. ଇନ୍ (ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

ସୁନା ଅଳଙ୍କାର ମୋବାଇଲ ସହ ଲକ୍ଷାଧିକ ନଗଦ ଟଙ୍କା ଓ ସାମଗ୍ରୀ ଜବତ କରିବା ସହିତ ଦୁଇ ଡକାୟତ କୁ ଗିରଫ କରିଛି ବାଲିଗୁଡା ଥାନା ପୋଲିସ l

ଏନେଇ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସମସ୍ତ ଘଟଣାର ସୂଚନା ପ୍ରଦାନ କରିଛନ୍ତି ନୂତନ ଭାବେ ନିଯୁକ୍ତି ହୋଇଥିବା ଏସଡିପି କମଳକୁମାର ପଣ୍ଡା l ସୂଚନା ଅନୁଯାୟୀ ଚଳିତ ମାସ ୧ ତାରିଖ ରାତିରେ ବାଲିଗୁଡ଼ା ଥାନା ଅନ୍ତର୍ଗତ ଋତୁଙ୍ଗିଆ ଗ୍ରାମରେ ବସନ୍ତ କୁମାର ପାତ୍ର ଙ୍କ ଘର ପଛ ପଟରୁ କବାଟ ଭାଙ୍ଗି ସୁନା ଅଳଙ୍କର , ଆଦିବାସୀ ପାରମ୍ପାରିକ ଅଳଙ୍କାର ମୋବାଇଲ ଟଙ୍କା ଲୁଟି ନେଇଥିବା ନେଇ ବାଲିଗୁଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ ବସନ୍ତ କୁମାର ପାତ୍ର l

ଏ ନେଇ ବାଲିଗୁଡା ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିଲା ପୋଲିସ l ତେବେ ଆଜି ଦୁଇ ଜଣ ଲୁଟେରା ଙ୍କୁ ଧରିବାରେ ସଫଳ ହୋଇଥିବା ବେଳେ ଡକାୟତ ଙ୍କ ପାଖରୁ ଚୋରି ଅଳଙ୍କାର ଓ କବାଟ ଭାଙ୍ଗିବା ପାଇଁ ବ୍ୟବହୃତ କରିଥିବା ଉପ କରଣ ଓ ଗୋଟିଏ ମଟର ସାଇକେଲ ଜବତ୍ କରିଥିବା କହିଛନ୍ତି ବାଲିଗୁଡା ଏସ ଡି ପି ଓ କମଲ କୁମାର ପଣ୍ଡା l

What's Your Reaction?

like

dislike

love

funny

angry

sad

wow