ପାଙ୍ଗାମ ର ଚତୁର୍ଥ ବାର୍ଷିକ ଉତ୍ସବ

ମାଲକାନଗିରି :ଲୋକ ଆବାଜ ଇନ( ଅବଦୁଲ ଗାନି ଙ୍କ ରିପୋର୍ଟ )
ମାଲକାନଗିରି ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି #ଟେମୁରୁ ପାଲ୍ଲୀ ଗ୍ରାମ ପଞ୍ଚାୟତର ଦୁଇ ଜଣ ସୁନା ଝିଅ ଶ୍ରୀମତି #ନୟମି ମାଦ୍ରି ଓ ଶ୍ରୀମତି #ସାବିତ୍ରୀ ସମରଥ ଦିନେ ଲାଲ୍ ଗୋଡ଼ର ଗ୍ରନ୍ତା ଘର ଆଡାସ୍ଥଳୀ କୁହାଯାଉଥିବା ସେହି ଅଞ୍ଚଳ #ଟେମୁରୁ ପାଲ୍ଲୀ ଗ୍ରାମ ପଞ୍ଚାୟତ ଆଜି ଶିକ୍ଷା କ୍ଷେତ୍ରରେ ଓ ଖେଳ କ୍ଷେତ୍ର ବହୁ ପଛରେ ରହିଥିଲା।
କିନ୍ତୁ ଆଜିର ଦିନରେ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟା ଦ୍ଵାରା #ଶିକ୍ଷା କ୍ଷେତ୍ର, #ସ୍ଵାସ୍ଥ୍ୟ କ୍ଷେତ୍ର,#ଖେଳ କ୍ଷେତ୍ର,#କଳା ସଂସ୍କୃତ କ୍ଷେତ୍ରରେ , ଆଗକୁ ବଢ଼ିବାରେ ଲାଗିଛି।ଆଜି #ଟେମୁରୁ ପାଲ୍ଲୀ ଗ୍ରାମ ପଞ୍ଚାୟତର ଦୁଇ ଜଣ ଝିଅ #ନୟମି ମାଦ୍ରି ଏବଂ #ସାବିତ୍ରୀ ସମରଥ ପାଠ, ଚିତ୍ର, କଳା ସାଂସ୍କୃତିକ କ୍ଷେତ୍ରରେ ମାଲକାନଗିରି ଜିଲ୍ଲାର ପ୍ରଥମ ସ୍ଥାନ ଅଧିଗ୍ରଣ କରିଥିଲେ। ୧୦/୦୧/୨୦୨୫ ରିଖ ଦିନ ଶୁକ୍ରବାର ସନ୍ଦ୍ୟାରେ ସରକାରୀ (ଏସ.ଏସ.ଡି) ବାଳିକା ଉଚ୍ଚ ବିଦ୍ୟାଳୟ ପାଙ୍ଗାମ ର ଚତୁର୍ଥ ବାର୍ଷିକ ଉତ୍ସବ ରେ ଯୋଗ ଦେଇଥିଲେ ଚିତ୍ରକୋଣ୍ଡା ବିଧାୟକ ଶ୍ରୀଯୁକ୍ତ ମଙ୍ଗୁ ଖିଲ। ମାଲକାନଗିରି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ମହୋଦୟ, ମାଲକାନଗିରି ଜିଲ୍ଲାର ବଣ୍ଡା ଉନ୍ନୟନ ବିଭାଗ ଅଧିକାରୀ , ଜିଲ୍ଲା ମଙ୍ଗଳ ଅଧିକାରୀ, ମାଲକାନଗିରି ଜିଲ୍ଲାର ଜିଲ୍ଲାର ( B,E,O) ଓ ବିଭିନ୍ନ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିବା ସହ ବିଭିନ୍ନ ସ୍କୁଲର ବରିଷ୍ଠ ଶିକ୍ଷକ ଓ କନିଷ୍ଠ ଶିକ୍ଷକ ଉପସ୍ଥିତ ଥିଲେ।
What's Your Reaction?






