ପାଳିରେ ଚାଲିଛି ବାଡୁସୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଅଭିଯୋଗ ପରେ ବି ଶୁଣୁନାହାନ୍ତି ବିଇଓ

ବାଲିଗୁଡା ଉପଜ଼ିଲ୍ଲାପାଳ ଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବୀକଲେ ଗ୍ରାମବାସୀ
ବାଲିଗୁଡା: ଲୋକ୍ ଆବା ଜ୍.ଇନ୍( ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
- କେନ୍ଦ୍ର ଓ ରାଜ୍ୟ ସରକାର ଶିକ୍ଷାର ଉନ୍ନତି ପାଇଁ ବିଭିନ୍ନ ଯୋଜନା ମାନ ପ୍ରଣୟନ କରି କୋଟିକୋଟି ଅର୍ଥ ବ୍ୟୟ କରୁଛନ୍ତି l ପିଲାଙ୍କୁ ମାଗଣା ମଧ୍ୟାହ୍ନ ଭୋଜନ, ସୁଷମ ଖାଦ୍ୟ ଅଣ୍ଡା, ମାଗଣା ପୋଷାକ ବହି ପତ୍ର ଆଦି ଯୋଗାଇ ଦେଉଛନ୍ତି କିନ୍ତୁ ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀ ପ୍ରଧାନ ଶିକ୍ଷକ ଙ୍କ ଲାଞ୍ଚଖୋର ମନୋଭାବ ଯୋଗୁଁ ସରକାରୀ ଯୋଜନା ଗ୍ରାମାଞ୍ଚଳ ରେ ଅପହଞ୍ଚ ରହୁଛି, ବିଭାଗୀୟ ଅଧିକାରୀ ଓ ପ୍ରଧାନ ଶିକ୍ଷକ ଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏହାର ଦୁର୍ଦ୍ଦଶା ଭୋଗୁଛନ୍ତି କୋମଳମତି ଛାତ୍ର ଛାତ୍ରୀ ଏହିଭଳି ଅଭିଯୋଗ ଆସିଛି କନ୍ଧମାଳ ଜ଼ିଲ୍ଲା କୋଟଗଡ଼ ବ୍ଲକ ପlରିଗଡ଼ ଗ୍ରାମ ପଂଚାୟତ ଅନ୍ତର୍ଗତ ବାଡୁସୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ l ବିଦ୍ୟାଳୟ ଟି ଭଙ୍ଗାରୁଜା ଅବସ୍ଥାରେ ପଡି ରହିଛି ବର୍ଷ ବର୍ଷ ଧରି ସ୍କୁଲ ବନ୍ଦ ରହୁଛି, ସ୍କୁଲ ରେ ମଧ୍ୟାହ୍ନ ଭୋଜନ ଆଦୌ ଚାଲୁନଥିବା ଅଭିଯୋଗ ହେଉଛି, ସେହିଭଳି ପିଲାଙ୍କୁ ପୋଷାକ ବହିପତ୍ର ମଧ୍ୟ ଦିଆଯାଉ ନ ଥିବା କହିଛନ୍ତି ଗ୍ରାମବାସୀ, ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଆସୁଥିବା ଚାଉଳ କୁ ପ୍ରଧାନ ଶିକ୍ଷକ ସୁବୀର କୁମାର ଶୋଭାସୁନ୍ଦର କୁଆଡେ ବିକ୍ରୀ କରିଦେଉଥିବା ଭଳି ସଂଗୀନ ଅଭିଯୋଗ ହେଉଛି l ଏନେଇ ଗ୍ରାମବାସୀ, ବିଦ୍ୟାଳୟ ଶିକ୍ଷା କମିଟି କୋଟଗଡ଼ ବି. ଇ. ଓ ପବିତ୍ର ଗଡ଼ତିଆ ଙ୍କୁ ବହୁବାର ଅଭିଯୋଗ କରିଥିଲେ ମଧ୍ୟ ଶୁଣୁନାହାନ୍ତି, ଏଥିରେ ଅତିଷ୍ଠ ହୋଇ ଶିକ୍ଷାକମିଟି, ଗ୍ରାମବାସୀ ଉପ ଜ଼ିଲ୍ଲାପାଳ ଓ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଙ୍କୁ ଦୃଢ଼ କାର୍ଯାନୁଷ୍ଠାନ ପାଇଁ ଦାବୀ କରିଛନ୍ତି l ନିୟମିତ ବ୍ୟବଧାନ ରେ ବିଦ୍ୟାଳୟ କୁ ବିଭାଗୀୟ ଅଧିକାରୀ ବି. ଇ. ଓ ଏବଂ ଏ. ବି. ଇ. ଓ ଙ୍କ ପାଦ ପଡୁନଥିବାରୁ ବିଦ୍ୟାଳୟ ରେ ଅନିୟମିତତା ହେବା ସହିତ ବର୍ଷ ବର୍ଷ ଧରି ମଧ୍ୟାହ୍ନ ଭୋଜନ ଓ ବିଦ୍ୟାଳୟ ବନ୍ଦ ରହୁଥିବାର ପ୍ରମାଣ ମିଳିଛି l ଏନେଇ ପ୍ରଧାନ ଶିକ୍ଷକ ସୁବୀର କୁମାର ଶୋଭାସୁଦର ଙ୍କୁ ଫୋନ ଯୋଗେ ପଚାରିବାରୁ ପ୍ରତିକ୍ରିୟା ରେ କହିଛନ୍ତି ଯେ ବିଦ୍ୟାଳୟ ରେ ତିନିଜଣ ଶିକ୍ଷକ ଅଛୁ l ଦୁର୍ଗମ ଇଲାକା ଓ ରାସ୍ତା ଘାଟ ସୁବିଧା ନଥିବାରୁ ବିଦ୍ୟାଳୟ କୁ ପାଳିକରି ଆସୁଥିବା କଥା ଓ ଗତ ଶନିବାର ଦିନ ସ୍କୁଲ ବନ୍ଦ ରହିଥିବା କଥା କୁ ସ୍ୱୀକାର କରିବା ସହିତ ମଧ୍ୟାହ୍ନ ଭୋଜନ ଚାଉଳ ହେରଫେର କଥାକୁ ଅସ୍ବୀକାର କରିଛନ୍ତି, ଶିକ୍ଷା କମିଟି ସଭାପତି ଅସହଯୋଗ କରି ଟଙ୍କା ନଉଠାଇବା ଯୋଗୁଁ ବିଦ୍ୟାଳୟ ରେ ମାଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ବାକିରେ ଚାଲିଥିବା କଥା କହିଛନ୍ତି ତେବେ ଏହା ତଦନ୍ତ ସାପେକ୍ଷ l ଉପଖଣ୍ଡ ପ୍ରଶାସନ, ଜ଼ିଲ୍ଲା ପ୍ରଶାସନ ବିଭାଗୀୟ ଅଧିକାରୀ ଏହାର ତଦନ୍ତ କରିବା ସହିତ ଏଥିରେ କାର୍ଯ୍ୟରେ ଅବହେଳା କରୁଥିବା ଶିକ୍ଷକ ଙ୍କ ବିରୋଧ ରେ ଦୃଷ୍ଟାନ୍ତ ମୂଳକ କାର୍ଯାନୁଷ୍ଠାନ ନେବାକୁ ଗ୍ରାମବାସୀ, ଶିକ୍ଷା କମିଟି ଏବଂ ପାରିଗଡ଼ ସରପଞ୍ଚ ଆରତୀ ମଲ୍ଲିକ ଦାବୀ କରିଛନ୍ତି l
What's Your Reaction?






