ଆଞ୍ଚଳିକ ଭୂଜଳ ସମସ୍ୟା ଏବଂ ଭୂଜଳ ପରିଚାଳନାରେ ସହଭାଗିତା ସମ୍ପର୍କିତ ପ୍ରଶିକ୍ଷଣ ଶିବିରଅନୁଷ୍ଠିତ

Oct 24, 2024 - 07:03
 0  7
ଆଞ୍ଚଳିକ ଭୂଜଳ ସମସ୍ୟା ଏବଂ ଭୂଜଳ ପରିଚାଳନାରେ ସହଭାଗିତା ସମ୍ପର୍କିତ ପ୍ରଶିକ୍ଷଣ ଶିବିରଅନୁଷ୍ଠିତ

କଣ୍ଟାମାଳ: ଲୋକ୍ ଆବାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

- କେନ୍ଦ୍ରୀୟ ଭୂତଳ ଜଳ ପରିଷଦ, ଦକ୍ଷିଣପୂର୍ବ କ୍ଷେତ୍ର, ଭୁବନେଶ୍ୱର ଆନୁକୂଲ୍ୟରେ ବୌଦ୍ଧ ଜିଲ୍ଲାକଣ୍ଟାମାଳପଂଚାୟତ ମହାବିଦ୍ୟାଳୟ ଠାରେ ଦିନିକିଆ ତ୍ରିସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କଲେଜ ପରିଚାଳନା କମିଟି ସଭାପତି ଭବାନୀ ଶଙ୍କର ରାଉତ ଯୋଗ ଦେଇ ଭୂତଳ ଜଳର ସଦୂପଯୋଗ ଉପରେ ଆଲୋକପାତ କରିଥିଲେ। ମହାବିଦ୍ୟାଳୟ ର ଭାରପ୍ରାପ୍ତ ଅଧ୍ୟକ୍ଷ ସାଗର ବଗର୍ତ୍ତୀ ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଭୂତଳ ଜଳ ପରିଷଦ ପକ୍ଷରୁ ବୈଜ୍ଞାନିକ ସଞ୍ଜୟ କୁମାର ନାଏକ, ବୈଜ୍ଞାନିକ ସିନୋଜ ପିକେ, କେମିଷ୍ଟ ବିରଞ୍ଚି ନାରାୟଣ ଦେହୁରୀ ପ୍ରମୁଖ ଯୋଗ ଦେଇ ଭୂତଳ ଜଳର ସ୍ଥିତି ,ଗୁଣବତ୍ତା,ମୌଳିକତା,ବର୍ଷାଜଳ ସଂରକ୍ଷଣ ଓ ଭୂତଳ ଜଳର ପୂନରୁଦ୍ଧାର ବିଷୟରେ ଆଲୋଚନା କରିଥିଲେ । ଏହି ଦିନିକିଆ ତ୍ରିସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟ ର ରାଜନୀତି ବିଜ୍ଞାନ ବିଭାଗୀୟ ମୁଖ୍ୟ ଅଧ୍ୟାପକ ସମୀର ମେହେର ସଂଯୋଜନା ତଥା ପରିଚାଳନା କରିଥିଲେ । ରସାୟନ ବିଜ୍ଞାନ ଅଧ୍ୟାପକ ସଂଶିତ କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ। ସଂସ୍କୃତ ବିଭାଗୀୟ ମୁଖ୍ୟ ଅଧ୍ୟାପକ ପୌଲସ୍ତୀ ପ୍ରଧାନ କାର୍ଯକ୍ରମ ପରି ଶେଷରେ କାର୍ଯ୍ୟକ୍ରମ ର ସଫଳତା ଓ କାର୍ଯ୍ୟକାରିତା ଉପରେ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

What's Your Reaction?

like

dislike

love

funny

angry

sad

wow