ପିରୁଲମାଲ ଠାରେ କ୍ଷେତ୍ର ଦିବସ ...

କର୍ଲାମୁଣ୍ଡା:ଲୋକ ଆବାଜ. ଇନ(ପ୍ରଦୀପ ରଣା ଙ୍କ ରିପୋର୍ଟ)
କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଶ୍ରୀ ଅନ୍ନ ଅଭିଯାନ କାର୍ଯ୍ୟକାରୀ ସଂସ୍ଥା ସେବାଜଗତ ଓ କାରୁଣ୍ଡ ଫାର୍ମର ପ୍ରଡୁସର କମ୍ପାନୀ ଲିଃ ପକ୍ଷରୁ ଗୋଛାଡେଙ୍ଗନ ପଂଚାୟତ ପିରୁଲମାଲ ଠାରେ କ୍ଷେତ୍ର ଦିବସ ପାଳନ ହୋଇଯାଇଛି।ଏହି ଅବସରରେ ଶ୍ରୀ ଅନ୍ନ ଅଭିଯାନ ବ୍ଲକ ସଂଯୋଜକ ଟଙ୍କ ଧର ବଗର୍ତି, କାରୁଣ୍ଡ ଫାର୍ମର ପ୍ରଡୁସର କମ୍ପାନୀ ଲିଃ ର ପରିଚାଳନା ନିର୍ଦ୍ଦେଶକ କମଲ ଲୋଚନଧଙ୍ଗଡାମାଝୀ ,ପଂଚାୟତଜନପ୍ରତିନିଧି,ସମସ୍ତ ସିଆରପି, ଓ ୬ ଟି ପଂଚାୟତ ଉର୍ଲାଦାନୀ, ଅଳତରା, ସାଲେପାଲି, ମୋହନଗିରି, ସିଙ୍ଗପୁର ଓ ଗୋଛାଡେଙ୍ଗେନ ର ୧୦୦ ରୁ ଉର୍ଦ୍ଧ ଅଗ୍ରଣୀ ଚାଷୀ ଉପସ୍ଥିତ ଥିଲେ।।
ପରେ ପରେ ନିକଟସ୍ଥ ମାଣ୍ଡିଆ ଚାଷ କୁ ଚାଷୀ ମାନଙ୍କ ଦ୍ଵାରା ପରିଦର୍ଶନ କରାଯାଇଥିଲା।
What's Your Reaction?






