ଦୁର୍ବୁତ୍ତ ଚିରିଲେ କନ୍ଧମାଳ ସାଂସଦ ଙ୍କ ପୋଷ୍ଟର, ନଗର ବିଜେପି ପକ୍ଷରୁ ଥାନାରେ ଏତେଲା, ପୋଲିସ ର ତଦନ୍ତ ଆରମ୍ଭ

Oct 16, 2024 - 21:02
 0  103
ଦୁର୍ବୁତ୍ତ ଚିରିଲେ କନ୍ଧମାଳ ସାଂସଦ ଙ୍କ ପୋଷ୍ଟର,   ନଗର ବିଜେପି ପକ୍ଷରୁ ଥାନାରେ ଏତେଲା,     ପୋଲିସ ର ତଦନ୍ତ ଆରମ୍ଭ

କନ୍ଧମାଳ:ଲୋକ ଆବାଜ. ଇନ(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

ବାଲିଗୁଡା ରେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଙ୍କ ପୋଷ୍ଟର ଦୁର୍ବୁତ୍ତ ଚିରିଥିବା ନେଇ ବାଲିଗୁଡା ନଗର ବିଜେପି ପକ୍ଷରୁ ଥାନାରେ ଏତେଲା ଦିଆଯାଇଛି lଶାରଦୀୟ ଦୁର୍ଗାପୂଜା ଅବସରରେ ବାଲିଗୁଡା ସହରସ୍ଥିତ ତ୍ରିବେଦୀ ପାର୍କ ନିକଟ ରେ ଶୁଭେଚ୍ଛା ବାର୍ତ୍ତା କୁ ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ଚିରି ଦେଇଥିବା ଅଭିଯୋଗ ପରେ ପୋଲିସ ର ତଦନ୍ତ ଆରମ୍ଭ କରିଛି ପୋଲିସ, ପୂର୍ବରୁ କନ୍ଧମାଳ ସାଂସଦ ଙ୍କ ବ୍ଲକ ପ୍ରତିନିଧି ରଞ୍ଜିତ ବାଲିଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ଙ୍କୁ ମୌଖିକ ଅଭିଯୋଗ କରିଥିଲେ ଆଜି ସନ୍ଧ୍ୟା ରେ ନଗର ସଭାପତି ଦିବାକର ସାହୁ ସମେତ ନଗର ବିଜେପି ର କାର୍ଯ୍ୟକର୍ତ୍ତା ଥାନା ଅଧିକାରୀ ଙ୍କୁ ଭେଟି ଏତେଲା ଦିଆଯାଇଛି l

ଏନେଇ ସି ସି ଟି ଭି ଆଧାର ରେ ଖୁବ ଶୀଘ୍ର ଦୁର୍ବୁତ୍ତ ଙ୍କୁ ଧରିବେ ବୋଲି ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ପ୍ରକାଶ କରିଛନ୍ତି

What's Your Reaction?

like

dislike

love

funny

angry

sad

wow