ପ୍ରଫେଟ ମୋହମ୍ମଦ ଙ୍କ ଜନ୍ମଦିନ ପାଳନ।

ମାଲକାନଗିରି :୧୬/୯.ଲୋକ ଆବାଜ. ଇନ(ଅବଦୁଲ ଗାନି ଙ୍କ ରିପୋର୍ଟ)
ମାଲକାନଗିରି ଜିଲ୍ଲା ମାଥିଲି ସୁନ୍ନି ମୁସଲିମ କମିଟି ଦ୍ୱାରା ସୋମବାର ମାଥିଲି ମସଜିଦ ରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରାଯାଇଛି। ପ୍ରଫେଟ ମୋହମ୍ମଦ ଙ୍କ ଦ୍ୱାରା ଇସଲାମ ଧର୍ମ ଗ୍ରହଣ କରିଥିଲେ। ଏଣୁ ପ୍ରତ୍ୟେକ ବର୍ଷ ମୋହମ୍ମଦ ଙ୍କ ଜନ୍ମଦିନ ପାଳନ କରିଥାନ୍ତି। ଏହି କାର୍ଯ୍ୟକ୍ରମ ରେ ମାଥିଲି ସୁନ୍ନି ମୁସଲିମ କମିଟି ଅଧ୍ୟକ୍ଷ ଅବଦୁଲ ଗାଫାର ଙ୍କ ନେତୃତ୍ୱ ରେ ରହିମ ଖାନ, ଶେଖ ଉମର, ବାଲେଷା, ଜମିର ଖାନ, ମୁକ୍ତିଆର, ଆକବର ବାଷା, ଏମଡ଼ି ସାକୁର, ଦୀଲଦାର ଅଲ୍ଲୀ, ଈଶାଖ ଖାନ, ଏମଡି ଅଲ୍ଲୀବେଗ, ଆସିଫ ଶାହା, ଅବଦୁଲ ଆଜିଜ ଙ୍କ ସହ ଶତାଧିକ ଯୁବକ ଯୁବତୀ ଓ ଛୋଟ ଛୋଟ ଶିଶୁ ମାନେ ଯୋଗଦେଇ ଥିଲେ।
ପରିକ୍ରମା ପରେ ମସଜିଦ ରେ ମୋହମ୍ମଦ ଙ୍କ ଉଦେଶ୍ୟ ରେ ମୌଲାନା ଙ୍କ ଦ୍ୱାରା ପ୍ରବଚନ କରାଯାଇ ମିଷ୍ଟାନ ବଣ୍ଟନ କରାଯାଇଛି। ରାତିରେ ସମସ୍ତ ଙ୍କ ପାଇଁ ଭୋଜି ର ଆୟୋଜନ ଥିବା ଆୟୋଜକ ଙ୍କ ପକ୍ଷରୁ କୁହାଯାଇଛି।ଏଠାରେ ସୂଚନାଯୋଗ୍ୟ ଯେ ଖଇରପୁଟ, କୁଡୁମୁଲୁ ଗୁମ୍ମା, ନାୟକ ଗୁଡା, ଗୋବିନ୍ଦପାଲ୍ଲୀ ର ମୁସଲିମ ଙ୍କୁ ନେଇ ମାଥିଲି ମୁସଲିମ କମିଟି ଘଟନ ହୋଇଛି। ଏଣୁ ଏସବୁ ସ୍ଥାନର ମୁସଲିମ ମାନେ ପ୍ରତ୍ୟେକ ପର୍ବ ପର୍ବାଣି ରେ ମାଥିଲି ଆସି ପାଳନ କରିଥାନ୍ତି।
What's Your Reaction?






