ଶିଶୁ ଙ୍କୁ ଭୋଜନ ରେ ଆପ୍ୟାୟିତ କରି ଡ଼ଃ ଅଭିଷେକ ଙ୍କୁ ଦିଆଗଲା ଶ୍ରଦ୍ଧାଞ୍ଜଳୀ

Dec 16, 2024 - 07:54
 0  7
ଶିଶୁ ଙ୍କୁ ଭୋଜନ ରେ ଆପ୍ୟାୟିତ କରି ଡ଼ଃ ଅଭିଷେକ ଙ୍କୁ ଦିଆଗଲା ଶ୍ରଦ୍ଧାଞ୍ଜଳୀ

ସୋନପୁର : ଲୋକ ଅବାଜ୍.ଇନ୍(ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)

ଶିଶୁ ଗୃହ ଠାରେ ସୁବର୍ଣ୍ଣପୁର ଜିଲ୍ଲା ର ଏକ ସୁଯୋଗ୍ୟ ସନ୍ତାନ ତଥା ସୋନପୁର ର ଯୁବ ପ୍ରତିଭା ଡ଼ଃ ଅଭିଷେକ ମିଶ୍ର ଙ୍କ ଦ୍ବିତୀୟ ଶ୍ରାଦ୍ଧ ବାର୍ଷିକୀ ଅବସର ରେ ସୋନପୁର ଶିଶୁ ଗୃହ ଠାରେ ଶିଶୁ ମାନଙ୍କୁ ଅନ୍ନ ଭୋଜନ ରେ ଆପ୍ୟାୟିତ କରଯାଇଥିଲା l ସେହିପରି ସ୍ଥାନୀୟ ଘୋଡାଘାଟ ପଡ଼ା ଦଧି ବାମନ ମନ୍ଦିର ରେ ମଧ୍ୟ ବ୍ରାହ୍ମଣ ଭୋଜନ ର ବ୍ୟବସ୍ଥା କରାଯାଇ ସ୍ୱର୍ଗତ ଆତ୍ମା ର ସଦଗତି କାମନା କରଯାଇଥିଲା l ପ୍ରକାଶ ଥାଉ କି ଯେ ଡ଼ଃ ଅଭିଷେକ ମିଶ୍ର ଙ୍କ ମାଣ୍ଡିଆ ସନ୍ଦର୍ଭ ଆନ୍ତର୍ଜାତିକ ସ୍ତର ରେ ସ୍ଵୀକୃତି ପାଇବା ସଙ୍ଗେ ସଙ୍ଗେ ସୁବର୍ଣ୍ଣପୁର ଜିଲ୍ଲା ର ଗୌରବ କୁ ବହୂ ଗୁଣିତ କରିଥିବା ଜଣା ଯାଇଛି l "ଅଭିଷେକ ଙ୍କ ମାଣ୍ଡିଆ ସନ୍ଦର୍ଭ" ଯାହାକି ୬୭ ଗୋଟି ଦେଶ ଏହା କୁ ସ୍ଵୀକୃତି ପ୍ରଦାନ କରିଥିବା ବିଷୟ ଅଭିଷେକ ମିଶ୍ର ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ସୂଚନା ମିଳିଛି l ପରେ ପରେ ରାଜ୍ୟ ଓ କେନ୍ଦ୍ର ସରକାର ମଧ୍ୟ ଏହି ମିଲେଟ୍ ମିଶନ ଉପରେ ଖୁବ୍ ଗୁରୁତ୍ୱାରୋପ ପ୍ରଦାନ୍ କରି ଏହାର ବହୁଳ ପ୍ରଚାର ପ୍ରସାର କରିଛନ୍ତି l ସ୍ୱର୍ଗତ ମିଶ୍ର ଙ୍କ ଏହି ଶ୍ରାଦ୍ଧ ଦିବସ ଅବସର ରେ ସ୍ମୁତି କମିଟି ପକ୍ଷରୁ ଆସନ୍ତା ୩୦ ତାରିଖ ରେ କସ୍ତୁରୀ ହୋଟେଲ୍ ସଂବୁଖ ସ୍ଥିତ ବୋଲ ବମ୍ ମଣ୍ଡପ ଠାରେ ଏକ ରକ୍ତ ଦାନ ଶିବିର ର ଆୟୋଜନ କରଯାଇଛି l

What's Your Reaction?

like

dislike

love

funny

angry

sad

wow