ଫରସରା ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର  କାର୍ଯ୍ୟକ୍ରମ

Jul 14, 2025 - 21:15
 0  14
ଫରସରା ପଞ୍ଚାୟତରେ   ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର   କାର୍ଯ୍ୟକ୍ରମ

ନୂଆପଡ଼ା ୧୪/୭ ଲୋକ ଆବାଜ.ଇନ (ରାମନାଥ ପଣ୍ଡାଙ୍କ ରିପୋର୍ଟ)

 ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ଫରସରା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଜି ପି ଡି ଓ ଭୀଷ୍ମ କୁମାରଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ ସରିତା ନିଆଲ , ଏ ପି ଓ ରବିନାରାୟଣ ରାଉତ ,ସହକାରୀ ଉଦ୍ୟାନ କୃଷି ଅଧିକାରୀ ରବୀନ୍ଦ୍ର ନାଗ, ଯୋଗାଣ ନିରୀକ୍ଷକ ଆଲୋକ ପାତ୍ର, ବି ଏସ ଏସ ଓ ହିତେଶ ଆଡବାହି, କନିଷ୍ଠ ଯନ୍ତ୍ରୀ ଧର୍ମେନ୍ଦ୍ର ସାହୁ,ଏ ଓ ଜୟଦେବ ଶ୍ୟାମସୁନ୍ଦର ଦାସ,ମହିଳା ପରିଦର୍ଶିକା ଅନୁସୁୟା ତାଣ୍ଡି, ବି ପି ସି ଜ୍ୟୋତି ରଞ୍ଜନ ପଣ୍ଡା,ବି ଆର୍ ସି ହେରାମ୍ୱ ବିଶ୍ଵାଳ,ସି ଆର୍ ସି ସି ଧର୍ମେନ୍ଦ୍ର ନାୟକଙ୍କ ସହ ବ୍ଲକର ଅନ୍ୟାନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ ।

ପଞ୍ଚାୟତର ବୁଢ଼ୀପଦର, ଫରସରା, ରାଜପୁର, ବୋଦଲା ପଡ଼ା, ସର୍ଗିଗୁଡା ପ୍ରଭୃତି ଗାଁରୁ ସାମୁହିକ ଅଭିଯୋଗ ୬ ଟି ଓ ବ୍ୟକ୍ତିଗତ ଅଭିଯୋଗ ୩ ଟି,ଏହିଭଳି ସମୁଦାୟ ୯ ଟି ଅଭିଯୋଗର ଶୁଣାଣି ହୋଇଥିଲା। ଶିବିରରେ ନାଏବ ସରପଞ୍ଚ,ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କ୍ଷୀରୋଦ ଚନ୍ଦ୍ର ନାଏକ , ଜି ଆର୍ ଏସ ପୁଣ୍ଡରି କାକ୍ଷ ତାଣ୍ଡି, ଯୋଗାଣ ସହାୟକ ରଞ୍ଜିତ ବାଗ, ଚଲେ ଚଲୋ ଅନୁଷ୍ଠାନର ପି ଏଫ୍ ଡବ୍ଲୁ ସରସ୍ଵତୀ ପଣ୍ଡା,କୈଳାଶ ନାଏକ ପ୍ରମୁଖ ସହଯୋଗ କରିଥିଲେ

What's Your Reaction?

like

dislike

love

funny

angry

sad

wow