ବାଲିଗୁଡା ବନଖଣ୍ଡ ର ସହରାଞ୍ଚଳ ଓ ଗ୍ରାମାଞ୍ଚଳ ରେ ବୃକ୍ଷ ରୋପଣ ବୁଲି ଦେଖିଲେ ପି,.ସି.ସି.ଏଫ୍ ଓ ଏବଂ ବ୍ରହ୍ମପୁର ଆର୍ ସି . ସି ଏଫ୍ ଓ l

Jul 14, 2025 - 16:58
 0  59

ବାଲିଗୁଡା:ଲୋକ ଆବାଜ. ଇନ/ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

ଚଳିତ ବର୍ଷ 76 ତ୍ତମ ବନ ମହୋତ୍ସବ ସପ୍ତାହ ପାଳନ ପରେ ପରେ ଆଜି ବାଲିଗୁଡ଼ା ବନଖଣ୍ଡ କୁ ମୁଖ୍ୟ ବନ ସଂରକ୍ଷକ ସୁରେଶ ପନ୍ତ ଓ ଆଞ୍ଚଳିକ ବନସଂରକ୍ଷକ ବିଶ୍ଵନାଥ ନୀଳାମ୍ୱରମ ଗ୍ରସ୍ତ କରି ବାଲିଗୁଡା ସହରାଞ୍ଚଳ ର କଟାରୀସାହି ଗ୍ରସ୍ତ କରି ନୂତନ ଭାବେ ରୋପଣ କରାଯାଇଥିବା ଔଷଧୀୟ ବୃକ୍ଷ ଓ ଜଙ୍ଗଲି ବୃକ୍ଷ ରୋପଣ ହୋଇଥିବା ଦେଖିଥିଲେ, ବେଶ କିଛି ବର୍ଷ ହେବ ବାଲିଗୁଡା ବନଖଣ୍ଡ ରେ ଜଙ୍ଗଲ ବୃଦ୍ଧି ଯୋଗୁଁ ଖୁସି ପ୍ରକଟ କରିଥଲେ l ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପଥପାର୍ଶ୍ଵ ଟାଙ୍ଗରା ଭୂଇଁ, ଲଣ୍ଡା ପାହାଡ ରେ ଔଷଧୀୟ ବୃକ୍ଷ ଗୁଳ୍ମ, ଜଙ୍ଗଲ ଜାତ ଫଳ ଗଛ ଯଥା - ଶାଳ ପିଆଶାଳ ବର ଅଶ୍ଵସ୍ଥ କେନ୍ଦୁ ତେନ୍ତୁଳି ପଣସ ପିଜୁଳି କେନ୍ଦୁ ଜାମୁ ପଣସ ଭଳି ବୃକ୍ଷ ରୋପଣ କରୁଛି,l ଯାହରି ଫଳରେ ଜୀବଜନ୍ତୁ ବଞ୍ଚିବା ସହିତ ମନୁଷ୍ୟ ସମାଜ ମଧ୍ଯ ଜଙ୍ଗଲ ରୁ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ଜୀବିକା ନିର୍ବାହ କରି ପାରିବ ବୋଲି ମୁଖ୍ୟ ବନ ସଂରକ୍ଷକ କହିଥିଲେ l ଏହି ଅବସରରେ ମୁଖ୍ୟ ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଓ ବାଲିଗୁଡା ବନଖଣ୍ଡ ଅଧିକାରୀ ବିଶ୍ବରାଜ ପଣ୍ଡା ମାଆ ଙ୍କ ପାଇଁ ଗୋଟିଏ ଗଛ ଲଗାଇ ଥିଲେ ଏବଂ ସମସ୍ତ ଙ୍କୁ ଗୋଟିଏ ଗଛ ଲଗାଇବାକୁ ଆହ୍ବାନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଏ. ସି, ଏଫ୍, ଓ ସୂର୍ଯ୍ୟ ବେହେରା, ମନୋରଞ୍ଜନ ବାଗ, ବାଲିଗୁଡା ରେଞ୍ଜର ସୁବାଷ ଚନ୍ଦ୍ର ଦିଗାଲ କ. ନୂଆଗାଁ ରେଞ୍ଜର ରମାକାନ୍ତ କହଁର, ଫରେଷ୍ଟର ପ୍ରଭାତ କୁମାର ଦୋରା, ସୁଶାନ୍ତ କୁମାର ବୈଶାଖୀ ଉପସ୍ଥିତ ଥିଲେ l 

What's Your Reaction?

like

dislike

love

funny

angry

sad

wow