ଫାଲଗୁନ ପୂର୍ଣ୍ଣିମା ଉପଲକ୍ଷେ ଘଣ୍ଟାପଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରେ ନାମଯଜ୍ଞ

Mar 14, 2025 - 08:26
 0  18
ଫାଲଗୁନ ପୂର୍ଣ୍ଣିମା ଉପଲକ୍ଷେ ଘଣ୍ଟାପଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରେ ନାମଯଜ୍ଞ

କଣ୍ଟାମାଳ: ଲୋକ ଆବାଜ. ଇନ(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ଥାନାଞ୍ଚଳରେ ଫାଲଗୁନ ପୂର୍ଣ୍ଣିମାରେ ହରିହର ଭେଟ ପାଇଁ ବିଭିନ୍ନ ସ୍ଥାନରେ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ସେଥିପାଇଁ ବୁଧବାର ଦିନ ନାମ ଯଜ୍ଞ ନିମନ୍ତେ କଳସ ଯାତ୍ରା ଓ ଅଧିବାସ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରମରେ ଘଣ୍ଟାପଡ଼ା ପଞ୍ଚାୟତର ଲଣ୍ଡାପଦର ଗ୍ରାମରେ ୧୬ପ୍ରହର ନାମ ଯଜ୍ଞ ଗୁରୁବାର ସକାଳ ୯ଘଣ୍ଟାରୁ ଆରମ୍ଭ ହୋଇଯାଇଛି। ସେହିପରି ଉକ୍ତ ପଞ୍ଚାୟତର କୁନାଶିଲା ଗ୍ରାମରେ ମଧ୍ୟ ୧୬ପ୍ରହର ନାମ ଯଜ୍ଞ ଗୁରୁବାର ଆରମ୍ଭ ହୋଇଯାଇଛି। ସେହିପରି ବରଗାଁ ପଞ୍ଚାୟତର ମଲିକୁଦ, କୁଲୁତାଯୋର ପଞ୍ଚାୟତର ଗିଧାମାଳ, ଆମ୍ବଗାଁ ପଞ୍ଚାୟତର କୁରୁକୁପା ଗ୍ରାମରେ ୧୬ପ୍ରହର ନିମନ୍ତେ ନାମଯଜ୍ଞ ଆରମ୍ଭ ହୋଇଯାଇଛି। ଶନିବାର ଦିନ ସକାଳ ୯ଘଣ୍ଟା ସମୟରେ ପୂର୍ଣ୍ଣାହୁତି ହେବ ବୋଲି ନାମଯଜ୍ଞର ସଦସ୍ୟମାନେ ପ୍ରକାଶ କରିଛନ୍ତି।

What's Your Reaction?

like

dislike

love

funny

angry

sad

wow