୪କୁଇଣ୍ଟାଲ ରୁ ଉର୍ଦ୍ଧ୍ଵ ଗଞ୍ଜେଇ ସହ ୩ଟି ଦେଶୀ ବନ୍ଧୁକ ଓ ଗୁଳି ଜବତ

କଣ୍ଟାମାଳ: ଲୋକ ଆବାଜ. ଇନ(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
ବୌଦ୍ଧ ଜ଼ିଲ୍ଲା କଣ୍ଟାମାଳ ଥାନା ପୁଲିସ ଦ୍ୱାରା ୪ କ୍ୱିଣ୍ଟାଲ ରୁ ଉର୍ଦ୍ଧ୍ୱ ଗଞ୍ଜେଇ ସହ ୩ଟି ଦେଶୀ ବନ୍ଧୁକ ଓ ୭୫ଟି ଜୀବନ୍ତ ଗୁଳି ଜବତ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ କଣ୍ଟାମାଳ ଥାନା ଅନ୍ତର୍ଗତ ରେକଡୋଲ ଜଙ୍ଗଲରେ ଗଞ୍ଜେଇ ଡିଲ ଚାଲିଥିବା ନେଇ କୌଣସି ସୂତ୍ରରୁ ସୂଚନା ପାଇ କଣ୍ଟାମାଳ ଥାନାଧିକାରୀ ଭାବାନନ୍ଦ ପ୍ରଧାନଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ଚଢ଼ାଉ କରିଥିଲେ। ପୁଲିସକୁ ଦେଖି ଗଞ୍ଜେଇ ମାଫିଆ ମାନେ ଫେରାର ହୋଇଯାଇଥିଲେ। ଘଟଣାସ୍ଥଳରୁ ଗଞ୍ଜେଇ ଭର୍ତ୍ତି ହୋଇଥିବା ବସ୍ତା ସହ ୩ଟି ଦେଶୀ ବନ୍ଧୁକ ସମେତ ୭୫ଟି ଜୀବନ୍ତ ଗୁଳି ଜବତ କରିଥିଲେ। ଏହାକୁ ଅତିରିକ୍ତ ତହସିଲଦାର ଧନଞ୍ଜୟ ସାହୁ ଙ୍କ ଉପସ୍ଥିତିରେ ଓଜନ କରିବାରୁ ଏହା ୪ କ୍ୱିଣ୍ଟାଲ ୫୦କେଜି ଥିବା ଜଣାପଡିଥିଲା। ଏନେଇ କଣ୍ଟାମାଳ ଥାନା ପକ୍ଷରୁ ଏକ ମାମଲା ରୁଜୁ ହୋଇଥିବାବେଳେ ଅଧିକ ତଦନ୍ତ ଜାରି ରହିଥିବା ଥାନାଧିକାରୀ ଭାବନନ୍ଦ ପ୍ରଧାନ ସୂଚନା ଦେଇଛନ୍ତି।
What's Your Reaction?






