ବନ ବିଭାଗର ସଚେତନତା ସଭା

କଳାହାଣ୍ଡି: ଲୋକ୍ ଆଵାଜ୍.ଇନ୍(ବ୍ୟୁରୋ)
କଳାହାଣ୍ଡି ଜିଲ୍ଲା ମ.ରାମପୁର ବନ ବିଭାଗ ପକ୍ଷରୁ ଜୁରାଖମନ ବଙ୍ଗଳା ଠାରେ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା ଓ ବନ୍ୟପ୍ରାଣୀ ସୁରକ୍ଷା ନେଇ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉତ୍ତର ବନଖଣ୍ଡ ଏସିଏଫ ଅସିତ୍ କୁମାର ଦାସ ସଭାପତିତ୍ବ କରିଥିଲେ।ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ସମ୍ମାନୀତ ଅତିଥି ଭାବେ ସ୍ବେଚ୍ଛାସେବୀ ସଙ୍ଗଠନ ସେବାଜଗତର ସଂପାଦକ ସତ୍ୟନାରାୟଣ ପଟ୍ଟନାୟକ, ଅଗ୍ନିଶମ ବିଭାଗର କର୍ମଚାରୀ ବ୍ରହ୍ମାନନ୍ଦ ପ୍ରଧାନ, ମୁଖ୍ୟ ବକ୍ତା ଭାବେ ସମ୍ବାଦ ପ୍ରତିନିଧି ନିରଞ୍ଜନ ମହାରଣା ଯୋଗ ଦେଇ ଯଦି ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା ଓ ବନ୍ୟପ୍ରାଣୀ ସୁରକ୍ଷା କରିବାକୁ ହେଲେ ବନ ବିଭାଗର ଯେତିକି ଦାୟିତ୍ବ ରହିଛି ସେହିପରି ସ୍ଥାନୀୟ ଲୋକଙ୍କ ମଧ ସମାନ ଦାୟିତ୍ଵ ରହିବା ଆବଶ୍ୟକ।ତା ସହିତ ଉପାନ୍ତ ଅଞ୍ଚଳରେ ଲୋକମାନେ ପୋଡୁଚାଷ ପାଇଁ ଜଙ୍ଗଲରେ ପ୍ରାୟତଃ ନିଆଁ ଲଗାଉଥିବା ବେଳେ ସେଥିରୁ ନିବୃତ୍ତ ରହିବାକୁ ଅତିଥି ମାନେ ବକ୍ତବ୍ୟ ପ୍ରଦାନ କରିଥିଲେ। ସଚେତନତା ବାର୍ତ୍ତାକୁ ନେଇ ଏକ ରଥ ମାଧ୍ୟମରେ ଗାଁ କୁ ଯାଇ ସଚେତନ କରାଯାଉଛି। ଏଥିରେ ବନ ବିଭାଗର ଫରେଷ୍ଟର, ଗାଡ଼,ଏଲିଫେଣ୍ଟ ସ୍କାଡ, ଫାୟାର ସ୍କାଡ ଅନ୍ୟାନ୍ୟ ବନ କର୍ମଚାରୀ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମକୁ ବନ ବିଭାଗର ପ୍ରଦିପ ସାହୁ ପରିଚାଳନା କରିଥିବା ବେଳେ ଫରେଷ୍ଟର ଶୁଭେନ୍ଦୁ କୁମାର ବିଶି ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
What's Your Reaction?






