ବ୍ଲକ ସ୍ତରୀୟ ଶିକ୍ଷଣ ପ୍ରଶିକ୍ଷକ ତାଲିମ୍ ଶିବିର କାର୍ଯ୍ୟକ୍ରମ

Mar 12, 2025 - 23:02
 0  34
ବ୍ଲକ ସ୍ତରୀୟ ଶିକ୍ଷଣ ପ୍ରଶିକ୍ଷକ ତାଲିମ୍ ଶିବିର କାର୍ଯ୍ୟକ୍ରମ

କର୍ଲାମୁଣ୍ଡା:୧୨/୩(ଲୋକ ଆବାଜ.ଇନ ବ୍ୟୁରୋ ରିପୋର୍ଟ)

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ଆନୁକୁଲ୍ୟରେ ବୁଧବାର ଦିନ ବ୍ଲକ ସ୍ତରୀୟ ଶିକ୍ଷଣ ପ୍ରଶିକ୍ଷକ ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ କର୍ଲାମୁଣ୍ଡା ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ରାମ ଚନ୍ଦ୍ର ସା , ଗୋପମଣୀ ସାହୁ, ରୋହିତ କୁମାର ରଣା,ନୋଡାଲ ସିଆରସିସି ଶ୍ରୀ ପ୍ରସନ୍ କୁମାର ସାହୁ,ରେଙ୍ଗାଲି ସିଆରସିସି ଉଜ୍ଜଳ କୁମାର ସାହୁ ଓ କର୍ଲାମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ମନୋଜ କୁମାର ମିଶ୍ର ଙ୍କ ଉପସ୍ଥିତି ରେ କର୍ଲାମୁଣ୍ଡା ବ୍ଲକ୍ ର ୮ ଟି କ୍ଲୁଷ୍ଟର ରୁ ୨୪ ଜଣ ଶିକ୍ଷକ ମାନଙ୍କୁ ନେଇ ଟିଏଲଏମ୍ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ଯ କ୍ରମ ମାଧ୍ୟମରେ କିପରି ପ୍ରାଥମିକ ବିଦ୍ୟାଳୟ ରେ କମ ଖର୍ଚ୍ଚରେ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରି କୁନି କୁନି ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ଦାନ ଦେଇ ହେବ ଏହାର ମୁଖ୍ୟ ପ୍ରୟାସ ବୋଲି ସମସ୍ତ ଅତିଥି ମତପ୍ରକାଶ ରଖି ଥିଲେ ଓ ଗଣେଶ ଓ ମା ସରସ୍ଵତୀ ଙ୍କ ପାଖରେ ପୂଜା କରି କାର୍ଯ୍ଯ କ୍ରମ ଟୀକୁ ଶୁଭାରମ୍ଭ କରି ଥିଲେ ଏହିପରି କାର୍ଯ୍ଯ କ୍ରମ ଶେଷରେ ବିଭିନ୍ନ ପ୍ରକାରର ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରି ପ୍ରଦର୍ଶନୀ କରାଯାଇ ଥିଲା

What's Your Reaction?

like

dislike

love

funny

angry

sad

wow