ବରିଷ୍ଠ ନାଗରିକ ଦିବସ ପାଳିତ -

କନ୍ଧମାଳ:ଲୋକ ଆବାଜ. ଇନ (ବ୍ୟୁରୋ ରିପୋର୍ଟ)
କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଗାୟତ୍ରୀ ମନ୍ଦିର କଲ୍ୟାଣ ମଣ୍ଡପ ରେ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇ ଯାଇଛି, ମୁଖ୍ୟ ଅତିଥି ଭାବରେ ବାଲିଗୁଡା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରାମେନ୍ଦ୍ର ପ୍ରସାଦ , ସମ୍ମାନୀତ ଅତିଥି ଭାବେ ଜିଲ୍ଲା ବରିଷ୍ଠ ନାଗରିକ ସଭାପତି ସର୍ବେଶ୍ଵର ମିଶ୍ର, ଆଲୋଚକ ଡଃ ମଧୁସୂଦନ ମହାପାତ୍ର, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ର ପ୍ରବନ୍ଧକ ଅକ୍ଷୟ ବେହେରା, ମୁଖ୍ୟବକ୍ତା ଭାବେ ତହସିଲଦାର ଦୀପ୍ତି ପ୍ରକାଶ ବେହେରା,ସଂଘ ର ସଭାପତି ଚିନ୍ତାମଣି ମିଶ୍ର, ସମ୍ପାଦକ ମନ୍ମଥ ରାଉଳ, କୋଷାଧ୍ୟକ୍ଷ ପ୍ରହଲ୍ଲାଦ ଲେଙ୍କା ମଞ୍ଚାସୀନ ଥିଲେ, ବାଲିଗୁଡା ର ସର୍ବ ବରିଷ୍ଠ ନାଗରିକ ଭାବେ ସୁଦର୍ଶନ ପଣ୍ଡା , କେ, ଚନ୍ଦ୍ର ଶେଖର ପାତ୍ର, ବି, ଲୋକନାଥ ପାତ୍ର, ଯୋଗେନ୍ଦ୍ର ପଟ୍ଟାୟତ ଙ୍କୁ ସଂଘ ପକ୍ଷରୁ ସମ୍ମାନିତ କରାଯାଇଥିଲା, ସୁରେଶ ଚନ୍ଦ୍ର ଦାଶ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l
What's Your Reaction?






