ମ,ରାମପୁର ମହାବିଦ୍ୟାଳୟ ର ପ୍ରତିଷ୍ଠା ଦିବସ
Foundation day function

କଳାହାଣ୍ଡି: ଲୋକ୍ ଆବାଜ୍.ଇନ୍,(ବ୍ୟୁରୋ):
କଳାହାଣ୍ଡି ଜିଲ୍ଲା ମ,ରାମପୁର ମହାବିଦ୍ୟାଳୟ ର ୪୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି । ମହାବିଦ୍ୟାଳୟ ର ଅଧକ୍ଷ ସୁଧାଂଶୁ ଶେଖର ପଣ୍ଡା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ପରିଚାଳନା କମିଟି ର ସଭାପତି ଭାଗବତ ଘିଭେଲା, ପ୍ରାକ୍ତନ ଅଧ୍ୟକ୍ଷ ଓ ପ୍ରତିଷ୍ଠାତା ସଦସ୍ୟ ବୁଧେନ୍ଦ୍ର ପ୍ରତାପ ସିଂହ ଦେଓ, ଅବସର ପ୍ରାପ୍ତ ଇଂରାଜୀ ଅଧ୍ୟାପକ ମନୋଜ କୁମାର ଚାନ୍ଦ ଯୋଗ ଦେଇ ଅନୁଷ୍ଠାନ ର ସ୍ମୃତି, ଅନୁଭୁତି ବଖାଣିବା ସହ ଅନୁଷ୍ଠାନ ର ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଅବସର ପ୍ରାପ୍ତ ବରିଷ୍ଠ କିରାଣୀ ଧନୁର୍ଯ୍ୟ ମହାରଣା, ଅରୁଣ ସିଂହ ଦେଓ, ଜନ୍ମେଜୟ ପଟ୍ଟନାୟକ, ତୋଫାନ ଗୌଡିଆ, ତହସିଲ ସୁନା,ବନମାଳୀ ଦଣ୍ଡସେନା ପ୍ରମୁଖ ଉପସ୍ଥିତ ରହିଥିଲେ । ଅନୁଷ୍ଠାନ ର ଦିବଂଗତ ପ୍ରତିଷ୍ଠାତା ସଦସ୍ୟ ଙ୍କ ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା ପ୍ରାଧ୍ୟାପକ ତ୍ରିନାଥ ବିଷୋୟୀ ଙ୍କ ପ୍ରସ୍ତାବକ୍ରମେ କରାଯାଇଥିଲା । ପ୍ରାଧ୍ୟାପକ ରାଜେଶ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିଲେ ।
What's Your Reaction?






