ବାଞ୍ଜିପଦର ଠାରେ କ୍ଷେତ୍ର ଦିବସ

Nov 10, 2025 - 18:34
Nov 10, 2025 - 18:36
 0  27
ବାଞ୍ଜିପଦର ଠାରେ କ୍ଷେତ୍ର ଦିବସ

କର୍ଲାମୁଣ୍ଡା:(ଲୋକ ଆବାଜ. ଇନ)

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଶ୍ରୀ ଅନ୍ନ ଅଭିଯାନ ପ୍ରକଳ୍ପ ର କାର୍ଯ୍ୟକାରୀ ସଂସ୍ଥା ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ଷୋସାଇଟି ଓ ଓଡିଶା ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ରାଜପୁର ପଞ୍ଚାୟତ ବାଞ୍ଜିପଦର ଠାରେ ସୋମବାର କ୍ଷେତ୍ର ଦିବସ ପାଳନ ହୋଇଯାଇଛି।

ଏଥିରେ ମୁଖ୍ୟ ଅତିଥି ଭାବେ କର୍ଲାମୁଣ୍ଡା କ ଯୋନ ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା,ସମ୍ମାନିତ ଅତିଥି ଭାବେ କୃଷି ବିଭାଗ ଭାରପ୍ରାପ୍ତ ଓଭରସିଅର ଲୋକ ନାଥ ନାଗ, ଅଗ୍ରଣୀ ମାଣ୍ଡିଆ ଚାଷୀ ବଇଦାର ରଣା,ଜୟଦ୍ରଥ ରଣା, ଶ୍ରୀ ଅନ୍ନ ଅଭିଯାନ ପ୍ରକଳ୍ପର କର୍ଲାମୁଣ୍ଡା ବ୍ଲକ କାର୍ଯ୍ୟ କ୍ରମ ସଂଯୋଜକ ଜଗଦୀଶ ପ୍ରସାଦ ରଣା,ଅତିରିକ୍ତ ବ୍ଲକ କାର୍ଯ୍ୟକ୍ରମ ସଂଯୋଜକ ପ୍ରଦୀପ କୁମାର ସାହୁ , ପ୍ରମୁଖ ଯୋଗ ଦେଇ କ୍ଷୁଦ୍ର ଶସ୍ୟ ର ଚାହିଦା ଓ ତାକୁ ଖାଦ୍ୟ ରୂପେ ଗ୍ରହଣ କରିବା,ଅମଳ ବୃଦ୍ଧି, ଚାଷର ବିଭିନ୍ନ ପଦ୍ଧତି, ମଣ୍ଡି ର ବ୍ୟବସ୍ଥା ସହିତ ସରକାରୀ ସ୍ତରରେ ଏଥିପାଇଁ ଥିବା ସୁବିଧା ସୁଯୋଗ ଓ କ୍ରପ କଟିଙ୍ଗ ର ଅନୁଭୂତି ଉପରେ ଆଲୋଚନା କରିଥିଲେ।ଶ୍ରୀ ଅନ୍ନ ଅଭିଯାନ ପ୍ରକଳ୍ପ ର ସିଆରପି ଭାନୁମତି ପ୍ରଧାନ , ଧୁରାବନ ବାଗ ଜୀବର୍ଦ୍ଧନ ସାହୁ, ବାଲ୍ମୀକି ଛତ୍ରୀଆ,ପ୍ରବୀଣ ଭୋଇ, ହିସାବରକ୍ଷକ ମଧୁସୂଦନ ସାହୁ ଓ ଦେବାଶିଷ ନାଗ ଙ୍କ ସମେତ ଗ୍ରାମର ସମସ୍ତ ଚାଷୀ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ରେ ବ୍ଲକ ର ବିଭିନ୍ନ ଗାଁରୁ ଶତାଧିକ ମାଣ୍ଡିଆ ଚାଷୀ ଯୋଗ ଦେଇଥିଲେ।

What's Your Reaction?

like

dislike

love

funny

angry

sad

wow