ବାଟାଗୁଡ଼ା ବିଜେପି ପକ୍ଷରୁ ସଦସ୍ୟତା କର୍ମଶାଳା ଅଭିଯାନ

ବାଲିଗୁଡା: ଲୋକ୍ ଆବାଜ୍ .ଇନ୍ ( ପ୍ରମୋଦ କୁମାର ଦଣ୍ଡସେନା)
କନ୍ଧମାଳ ଜିଲ୍ଲା ବାଟାଗୁଡ଼ା ବିଜେପି ମଣ୍ଡଳ ସଭାପତି ପିସୁ ମାଲିକ ପିଣ୍ଟ ମଲ୍ଲିକ ଓ ମନୋଜ ମଲ୍ଲିକ ଙ୍କ ନେତୃତ୍ବରେ ବିଜେପି ପକ୍ଷରୁ ସଦସ୍ୟତା ଅଭିଯାନ ବାଟାଗୁଡ଼ା ଶିବ ମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଯାଇଅଛି l ଏହି ଦିନିକିଆ ସଦସ୍ୟତା ପ୍ରଶିକ୍ଷଣ କର୍ମଶାଳା ରେ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ ଜିଲ୍ଲା ସମ୍ପାଦକ ଦେବେନ୍ଦ୍ର କୁଦେଇ ଜିଲ୍ଲା ପ୍ରଭାରୀ ସୁରେନ୍ଦ୍ର ପାତ୍ର ବରିଷ୍ଠ ନେତା ଦିଗାମ୍ବର ପାଣିଗ୍ରାହି ଚନ୍ଦ୍ର ମଲ୍ଲିକ ଅନ୍ତର୍ଯ୍ୟାମୀ ବେହେରା ଅନୀଲ କୁମାର ଦାସ ସୂର୍ଯ୍ୟ ନାୟକ ସମେତ ଶକ୍ତି କେନ୍ଦ୍ରର ଶତାଧିକ କର୍ମୀ ଉପସ୍ଥିତ ଥିଲେ l ସାରା ଭାରତ ବର୍ଷ ରେ ସେପ୍ଟେମ୍ବର ଦୁଇ ତାରିଖ ଠାରୁ ସଦସ୍ୟତା ଅଭିଯାନ ହେବାକୁଥିବା ବେଳେ ଆଜି ଏହି କର୍ମ ଶାଳl ରେ ବରିଷ୍ଠ କର୍ମୀ ଯୋଗଦେଇ ପ୍ରଶିକ୍ଷଣ ନେଇଥିଲେ l ଗ୍ରାମାଞ୍ଚଳ ରେ ଅଧିକରୁ ଅଧିକ ସଦସ୍ୟ ଯୋଡ଼ି ବିଜେପି ର ହାତ ମୁଠା କୁ ସୁଦୃଢ଼ କରିବା ପାଇଁ ଜିଲ୍ଲା ସଭାପତି ମାର୍ଗ ଦର୍ଶନ କରିଥିଲେ l
What's Your Reaction?






