ବାଲିଗୁଡା ବଜାର ରେ ନାହିଁ ପରିସ୍ରାଗାର ଓ ପାର୍କିଂ ବ୍ୟବସ୍ଥା ଲୋକେ ହଟାହଟା |

ବାଲିଗୁଡା : ଲୋକ ଆବାଜ୍. ଇନ୍ (ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱଚ୍ଛ ଭାରତ ଅଭିଯାନ କୁ ପ୍ରାଧାନ୍ୟ ଦେଇଛନ୍ତି ପୌରାଞ୍ଚଳ ବିଜ୍ଞାପିତ ଅଞ୍ଚଳ ଠାରୁ ଗ୍ରାମ ପଞ୍ଚାୟତ ଅଞ୍ଚଳ ରେ ଗାଁ କୁ ସ୍ୱଚ୍ଛ ସୁନ୍ଦର ନିର୍ମଳ କରିବାକୁ ସରକାର ଙ୍କ ପକ୍ଷରୁ ଆହ୍ୱାନ କରାଯାଉଛି କିନ୍ତୁ ବାଲିଗୁଡା ଏନ ଏ ସି ରେ ବସଷ୍ଟାଣ୍ଡ ଠାରୁ ଆରମ୍ଭ କରି ସହରର ପ୍ରମୁଖ ପୂର୍ତ୍ତ ବିଭାଗ ଛକ କୋର୍ଟ ପଟ୍ଟଖଣ୍ଡା ମାର୍କେଟ ରେ ଆଦୌ ପରିସ୍ରା ଗାର ନାହିଁ l
ପୂର୍ବତନ ଉପ ଜ଼ିଲ୍ଲାପାଳ ବଳବନ୍ତ ସିଂ ସହର କୁ ଶରସ ସୁନ୍ଦର କରିବା ପାଇଁ ବାଲିଗୁଡା ସହର ପାର୍କ ଷ୍ଟାଡିୟମ କୋର୍ଟ ଛକ ସୁନାପାଙ୍ଗl ମାର୍କେଟର ବିଭିନ୍ନ ସ୍ଥାନକୁ ସଜାଇବା ସହିତ ସ୍ୱଚ୍ଛ ଓ ନିର୍ମଳ ପରିବେଶ ପାଇଁ ପରିସ୍ରାଗାର ନିର୍ମାଣ କରିଥିଲେ l ଉପ ଜ଼ିଲ୍ଲା ପାଳ ବଳବନ୍ତଙ୍କ ଅନ୍ତେ କୌଣସି ଅଫିସର କିମ୍ବା ଲୋକ ପ୍ରତିନିଧି ପରିସ୍ରାଗାର ଷ୍ଟାଡିୟମ ପ୍ରତି ଦୃଷ୍ଟି ଦେଲେନାହିଁ ଫଳରେ ସରର ସୁନ୍ଦର ଥିବା ବାଲିଗୁଡା ର ସୌନ୍ଦର୍ଯ୍ୟ ଆଉ ଶୋଭା ପାଉନାହିଁ l ଷ୍ଟାଡିୟମ ରେ ଆଉ ଘାସ ଗାଲିଚା ନାହିଁl ଷ୍ଟାଡିୟମ ସତେ ଯେମିତି ଯାତ୍ରା ପଡିଆ ପାଲଟିଛି ଖେଳ କୁଦ ବଦଳେ ମିନାବଜlର, ଯାତ୍ରା ହେଉଛି. ରକ୍ଷଣl ବେକ୍ଷଣ ଅଭାବରୁ ପାଇଖାନା କିମ୍ବା ପରିସ୍ରାଗାର ଆଉ ବ୍ୟବହାର ଉପଯୋଗୀ ହେଉନାହିଁ l ଜନ ଗହଳି ପୂର୍ଣ୍ଣ ପାଟଖଣ୍ଡା ମାର୍କେଟ ରେ ପାର୍କିଂ ବ୍ୟବସ୍ଥା ଆଦୌ ନାହିଁ l ତତ୍କାଳୀନ ସରପଞ୍ଚ ବିରେନ ପ୍ରଧାନ ଉପ ଜ଼ିଲ୍ଲାପାଳ ଙ୍କ ଅମଳ ରେ ପ୍ରାଣୀ ଚିକିତ୍ସା କେନ୍ଦ୍ର ନିକଟରେ ପଚାଶ ହଜାର ବ୍ୟୟ ଅଟକଳ ରେ ପରିସ୍ରାଗାର ନିର୍ମାଣ ହୋଇ ଥିଲା ତାହା ଏବେ ଦେଖିବାକୁ ମିଳୁନି ଉକ୍ତ ସ୍ଥାନ ରେ ପାଟଖଣ୍ଡା ଦୁର୍ଗାପୂଜା କମିଟି ମୋ ପଟା କହି ଦୋକାନ ଗୃହନିର୍ମାଣ କରିଛି ତେବେ ପ୍ରଶ୍ନ ଉଠୁଛି ଯେ ପଟ୍ଟା ଜମି ରେ କେମିତି ସରକାର ପରିସ୍ରାଗାର ନିର୍ମାଣ କରିଥିଲା ତାହା ତଦନ୍ତ ସାପେକ୍ଷ ତଦନ୍ତ କରାଗଲେ ପ୍ରକୃତ ସତ୍ୟ ପଦା କୁ ଆସିବ ଆଉ ବହୁ ଗୁମର ଖୋଲିବ l ଏହାର ତଦନ୍ତ ପାଇଁ ଓ ଜନ ସାଧାରଣ ଙ୍କ ବୃହତ୍ତର ସ୍ୱାର୍ଥ ରକ୍ଷା ପାଇଁ ବରିଷ୍ଠ ସାମ୍ୱାଦିକ ତଥା ଜ଼ିଲ୍ଲା ନାଗରିକ ଫୋରମ ର ବାଲିଗୁଡା ପ୍ରତିନିଧି ପ୍ରମୋଦ ଦଣ୍ଡସେନା ଦାବୀ କରିଛନ୍ତି l
What's Your Reaction?






