୧୨ କୁଇଣ୍ଟାଲ ରୁ ଉର୍ଦ୍ଧ ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ :

୧୨କୁଇଣ୍ଟାଲ ରୁ ଉର୍ଦ୍ଧ୍ଵ ଗଞ୍ଜେଇ ଜବତ,ଦୁଇ ଅଭିଯୁକ୍ତ ଗିରଫ
କଣ୍ଟାମାଳ: ଲୋକ୍ ଆଵାଜ୍.ଇନ୍( ପୂର୍ଣ୍ଣ ଚରଣ ସାହୁ)
ବୌଦ୍ଧ ଜ଼ିଲ୍ଲା ଘଣ୍ଟାପଡା ଥାନା ପୁଲିସ ଦ୍ୱାରା ୧୨ କ୍ୱିଣ୍ଟାଲ ୫କେଜି ୧୬୦ଗ୍ରାମ ଗଞ୍ଜେଇ ଜବତ ହୋଇଥିବା ବେଳେ ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ ଘଣ୍ଟାପଡା ଥାନl ଘଣ୍ଟାପଡା ହାଇସ୍କୁଲ ରାସ୍ତା ରେ ଗଞ୍ଜେଇ ଟ୍ରକ ରେ ଆସୁଥିବା ନେଇ କୌଣସି ସୂତ୍ରରୁ ସୂଚନା ପାଇ ଘଣ୍ଟାପଡା ଥାନାଧିକାରୀ ଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ଚଢ଼ାଉ କରିଥିଲେ। ପୁଲିସ ଗଞ୍ଜେଇ ଟ୍ରକ ସହ ଦୁଇ ଅଭିଯୁକ୍ତ ଙ୍କୁଗିରଫ କରି ଥିଲେ। ଗିରଫ ଦୁଇ ଜଣ ହେଲେ ମଧ୍ୟପ୍ରଦେଶ ର ଇନ୍ଦ୍ରଜିତ କୋଳ ଓ ବ୍ରିଜେଶ କୋଳ l ଏହାକୁ ଅତିରିକ୍ତ ତହସିଲଦାର ଧନଞ୍ଜୟ ସାହୁ ଙ୍କ ଉପସ୍ଥିତିରେ ଓଜନ କରିବାରୁ ଏହା ର ଓଜନ ୧୨କ୍ୱିଣ୍ଟାଲ ୫କେଜି ୧୬୦ ଗ୍ରାମ ଥିବା ଜଣାପଡିଥିଲା। ଏନେଇ ଘଣ୍ଟାପଡା ଥାନା ପକ୍ଷରୁ କେସ ନଂ ୩୫/୨୦୨୫ ଏନଡିପିଏସ ଆକ୍ଟ ରେ ଏକ ମାମଲା ରୁଜୁ ହୋଇଥିବାବେଳେ ଅଧିକ ତଦନ୍ତ ଜାରି ରହିଥିବା ଘଣ୍ଟାପଡା ଥାନାଧିକାରୀ ସୂଚନା ଦେଇଛନ୍ତି।
What's Your Reaction?






