ଜିଲ୍ଲା ବି ଜେ ପି ତରଫରୁ, ବିଧାନ ସଭା ସ୍ତରୀୟ ସକ୍ରିୟ ସଦସ୍ୟ କର୍ମଶାଳା

ନୂଆପଡା:ଲୋକ ଆବାଜ-ଇନ(ରାମନାଥ ପଣ୍ଡା ଙ୍କ ରିପୋର୍ଟ)
ନୂଆପଡ଼ା ଜିଲ୍ଲା ପବିତ୍ର ତୀର୍ଥ ପୀଠ ପାତାଳ ଗଙ୍ଗା ଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଖଡ଼ିଆଳ ବିଧାନ ସଭା ସ୍ତରୀୟ ସକ୍ରିୟ ସଦସ୍ୟ ସଦସ୍ୟା କର୍ମଶାଳା ଜିଲ୍ଲା ସଭାପତି କମଲେସ ଦିକ୍ଷୀତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ରାଜ୍ୟ ବି ଜେ ପି ସଭାପତି ତଥା ସାଂସଦ ବସନ୍ତ କୁମାର ପଣ୍ଡା ଯୋଗଦାନ କରିଥିଲେ ,ତାଙ୍କ ସହିତ ପୂର୍ବତନ ବିଧାୟକ ହିତେଶ କୁମାର ବଗର୍ତ୍ତି,ଖଡ଼ିଆଳ ଖଣ୍ଡ ସଂଘ ସଂଚାଳକ ପୁସ୍ତମ ସୁନାନି,ଜିଲ୍ଲା ପରିଷଦ ଆଶା ଜୈନ,ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ପାଣ୍ଡେ,ପୂର୍ବତନ ଜିଲ୍ଲା ସଭାପତି ଅତିନ୍ଦ୍ର ଜିତ ସିଂ ମଲ୍ଲିକ ଓ ଶିବ ପ୍ରସାଦ ମୁଣ୍ଡ ଏବଂ ସୁବ୍ରତ କୁମାର ଠାକୁର ,ବରିଷ୍ଠ ବିଜେପି ନେତା ଦେବ ଦେବ ସିଂ ଦେଓ, ପୁସ୍ତମ ମସ୍ରା, ଜ୍ଞାନେଶ୍ୱର ମେଘ ମଞ୍ଚାସିନ ରହିଥିଲେ।
କର୍ମଶାଳାରେ ମଞ୍ଚାସିନ ସମସ୍ତ ଅଧିକାରୀ ଦଳକୁ କିପରି ଆହୁରି ସୁଦୃଢ କରିହେବ,ଦଳର ପ୍ରଚାର ପ୍ରସାର କ୍ଷେତ୍ରରେ ସକ୍ରିୟ ଭୂମିକା ନିର୍ବାହ କରିବା,ସାଧାରଣ ଲୋକଙ୍କ ପ୍ରତ୍ୟେକ ସମସ୍ୟାରେ ଠିଆ ହୋଇ ତାର ସମାଧାନ ନିମନ୍ତେ ଦଳୀୟ ସହଯୋଗ କରିବା,ପଞ୍ଚାୟତ ନିର୍ବାଚନ ନିମନ୍ତେ କଣ କରାଯିବ ତା'ରି ଉପରେ ସକ୍ରିୟ ସଦସ୍ୟଙ୍କ ସହିତ ଆଲୋଚନା କରିଥିଲେ ।ବିଧାନ ସଭା ଅନ୍ତର୍ଗତ ଖଡ଼ିଆଳ,ବୋଡ଼େନ ଓ ସିନାପାଲି ବ୍ଲକର ସମସ୍ତ ମଣ୍ଡଳ ସଭାପତି ସମେତ ସମସ୍ତ ସକ୍ରିୟ ସଦସ୍ୟ ତଥା ଜିଲ୍ଲାର କିଛି ବରିଷ୍ଠ କାର୍ଯ୍ୟକର୍ତ୍ତା କର୍ମଶାଳାରେ ଯୋଗଦାନ କରିଥିଲେ ।ଉକ୍ତ କର୍ମଶାଳାର ଆୟୋଜନ ନିମନ୍ତେ ମଣ୍ଡଳ ସଭାପତି ନୀଳାମ୍ବର ମେହେର,ଇଲ୍ୟାସ ମହମ୍ମଦ,ରାଜୁ ହେର୍ଣା, ଯତି ରାଜ ଦଣ୍ଡସେନା,ବେଣୁଧର ଜଗତ,ଆନନ୍ଦ ଅଗ୍ରୱାଲ,ବଳଭଦ୍ର କଟା,ସିଧୁରାମ କଟା ପ୍ରମୁଖ ଦାୟୀତ୍ୱ ନିର୍ବାହ କରିଥିଲେ ।ପୂର୍ବତନ ଜିଲ୍ଲା ସଭାପତି ସୁବ୍ରତ କୁମାର ଠାକୁର ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ପୂର୍ବତନ ବିଧାୟକ ହିତେଶ କୁମାର ବଗର୍ତ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ।
What's Your Reaction?






