ବାଲିଗୁଡା ରେ ସ୍ୱାୟତ୍ତ ଶାସନ ଦିବସ ପାଳିତ, ଆଭାସି ମାଧ୍ୟମ ରେ ମଲ୍ଟି ପ୍ରପୋସ ହଲ ଲୋକାର୍ପଣ l

Aug 31, 2025 - 20:05
 0  57

ବାଲିଗୁଡା:ଲୋକ ଆବାଜ. ଇନ/ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

 ବାଲିଗୁଡ଼ା ରେ ସ୍ୱାୟାତ୍ତ ଶାସନ ଦିବସ ପାଳିତ, ବାଲିଗୁଡା ଏନ୍ ଏ ସି ର ନୂତନ ହଲ ରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଧୁମ୍ ଧାମରେ ସ୍ୱାୟତ୍ତ ଶାସନ ଦିବସ ପାଳନ କରାଯାଇଛି, ବାଲିଗୁଡା ଏନ୍ ଏ ସି ର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳାଇ ଙ୍କ ଆହ୍ବାନ କ୍ରମେ ମୂଖ୍ୟ ଅତିଥି ଭାବେ ଅଧକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥି ଭାବେ କନ୍ଧମାଳ ସାଂସଦ ଙ୍କ ନଗର ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ, ବ୍ଲକ ପ୍ରତିନିଧି ରଞ୍ଜିତ କୁମାର ସାହୁ, ଉପାଧକ୍ଷା ଶାନ୍ତି କୁମାରୀ ନାୟକ, ବିଧାୟକ ପ୍ରତିନିଧି ଅବନୀକାନ୍ତ ନାୟକ ମଞ୍ଚାସୀନ ଥିଲେ, ସ୍ୱାୟତ୍ତ ଶାସନ ଦିବସ ଅବସରରେ ସହରାଞ୍ଚଳ ବିକାଶ ଯୋଜନା ରେ ବାଲିଗୁଡ଼ା ରେ ଏକ ମଲ୍ଟି ପ୍ରପୋସ୍ ହଲ କୁ ଆଭାସି ମାଧ୍ୟମରେ ଲୋକାର୍ପଣ କଲେ ଓଡ଼ିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଲିଗୁଡା ରେ ଏହି ମଲ୍ଟି ପ୍ରପୋସ ହଲ ଜନ ସାଧାରଣ ଙ୍କ ବିବାହ, ବ୍ରତ ସାମାଜିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ପାରିବ ବୋଲି ଏନ୍ ଏ ସି ଅଧକ୍ଷ ଗୋବିନ୍ଦ ପ୍ରଧାନ ଏବଂ ସାଂସଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ କହିଛନ୍ତି, ଏହି ଅବସରରେ ବଡ଼ଖାନା ଅନୁଷ୍ଠିତ ହୋଇ ଥିଲା l 

What's Your Reaction?

like

dislike

love

funny

angry

sad

wow