ସୁବର୍ଣ୍ଣପୁର ଠାରେ ସାଇକଲ ରାଲି ସହ ଜାତୀୟ କ୍ରୀଡ଼ା ଦିବସ ଉଦଯାପିତ*- *ଯୋଗ ଦେଲେ ଜିଲ୍ଲାପାଳ, ଏସପି, ଏ ଡି ଏମ୍

Aug 31, 2025 - 20:10
 0  15
ସୁବର୍ଣ୍ଣପୁର ଠାରେ ସାଇକଲ ରାଲି ସହ ଜାତୀୟ କ୍ରୀଡ଼ା ଦିବସ ଉଦଯାପିତ*- *ଯୋଗ ଦେଲେ ଜିଲ୍ଲାପାଳ, ଏସପି, ଏ ଡି ଏମ୍

ସୁବର୍ଣ୍ଣପୁର ମିନି ଷ୍ଟାଡିୟମ ଶୁଇମିଂ ପୋଲ ଠାରେ ମେଜର ଧ୍ୟାନଚାନ୍ଦ ଙ୍କ ଜନ୍ମ ଜୟନ୍ତୀ ପାଳନ ଅବସର ରେ ଏକ ସାଇକଲ ରାଲି ର ଶୁଭାରମ୍ଭ କରା ଯାଇ ସହର ପରିକ୍ରମା କରି ଜାତୀୟ କ୍ରୀଡା ଦିବସ ଉଦଯାପିତ ହୋଇଯାଇଛି l ଏହି ଉତ୍ସବରେ ଜିଲ୍ଲାପାଳ ଡଃ ନୃପ ରାଜ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜାତୀୟ କ୍ରୀଡା ଜଗତ ରେ ଭାରତ ରେ କିମ୍ବଦନ୍ତୀ ପୁରୁଷ ଧ୍ୟାନଚାନ୍ଦ ଙ୍କ ଅବଦାନ ଅବିସ୍ମରଣୀୟ ବୋଲି ମତ ରଖି ଥିଲେ ଓ ଦିନକୁ ନିଜ ଶରୀର ପାଇଁ ଏକ ଘଣ୍ଟା ସମୟ ଦେଇ ଫିଟ୍ ଏହି ସମାଜ କୁ ଦେଶ କୁ ଫିଟ୍ ରଖିବାକୁ ପରାମର୍ଶ କରି ଥିଲେ l ସମ୍ମାନିତ ଅତିଥି ଭାବରେ ସୁବର୍ଣ୍ଣପୁର ଏସପି ନାରାୟଣ ନାୟକ, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପଧାନ ଯୋଗ ଦେଇ ଧ୍ୟାନଚାନ୍ଦ ଙ୍କ ଫଟୋ ଚିତ୍ର ରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ପ୍ରବାଦ ପୁରୁଷ ଧ୍ୟାନଚାନ୍ଦ ଙ୍କ ପରି ସମସ୍ତ ଖେଳାଳି ଅନୁକରଣ କରି ଦେଶ ର ଗୌରବ ଆଣି ବାକୁ ପ୍ରେରଣା ପ୍ରଦାନ କରିଥିଲେ l କ୍ରୀଡ଼ା ଅଧିକାରୀ ଚିତ୍ତ ରଞ୍ଜନ ମିଶ୍ର ସଭା ସଂଯୋଜନା କରିଥିବା ବେଳେ ସମସ୍ତ ଅତିଥି ଓ ସ୍ୱଚ୍ଛ ଭାରତ ସଂଗଠନ ସ୍ବେଛାସେବୀ ,ବ୍ୟାଡ ମିନ୍ଟନ ଏସୋସିଏସନ୍, ଖେଲୋ ଇଣ୍ଡିଆ ର ଛାତ୍ର ଛାତ୍ରୀ , ସୋନପୁର କଲେଜ୍, କେନ୍ଦ୍ରୀୟ ବିଦ୍ୟାଳୟ, ମହାରାଜା ହାଇସ୍କୁଲ, ବାଳିକା ଉଚ୍ଚ ବିଦ୍ୟାଳୟ, ସାହାରା ଟ୍ରଷ୍ଟ, କୋଶଳ ଆବାସିକ ବିଦ୍ୟାଳୟ, ପ୍ରଜ୍ଞା ଭାରତୀ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ଛାତ୍ର ଛାତ୍ରୀ , ସହର ଓ ବୁଦ୍ଧିଜୀବୀ, ସାମାଜିକ କର୍ମୀ, ଖେଳାଳି ଯୋଗ ଦେଇ ଧ୍ୟାନ ଚାନ୍ଦ ଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ l ଓ ସାଇକଲ ଶୋଭାଯାତ୍ରାରେ ସାମିଲ୍ ହୋଇ କ୍ରୀଡ଼ା , ଫିଟ୍ ଇଣ୍ଡିଆ ସହ ସ୍ୱାସ୍ଥ୍ୟ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ l ସାଇକଲ ଶୋଭାଯାତ୍ରାରେ ରାମେଶ୍ୱର ଷ୍ଟାଡିୟମ୍ ରୁ ବଡ ବଜାର ସ୍କୁଲ, ସୁବର୍ଣ୍ଣ ମେରୁ ମନ୍ଦିର, ଶାନ୍ତି କୁଟିର ଦେଇ ହେଲିପ୍ୟାଡ ଠାରେ ପହଞ୍ଚି ଥିଲା l ୨୯ ତାରିଖ ରୁ ୩୧ ଦୀର୍ଘ ତିନି ଦିନ ପର୍ଯ୍ୟନ୍ତ ଧ୍ୟାନଚାନ୍ଦ ଙ୍କ ଜନ୍ମ ଜୟନ୍ତୀ ପାଳନ ଅବସର ରେ ଏହି ଜାତୀୟ କ୍ରୀଡା ଦିବସ ମହା ସମାରୋହରେ ପାଳିତ ହୋଇ ଆଜି ଉଦଯାପିତ ହୋଇଯାଇଛି l

What's Your Reaction?

like

dislike

love

funny

angry

sad

wow