ବିଜାପାଟି ଠାରେ ବଜ୍ରାଘାତ ରେ ବଳଦ ମୃତ....

କର୍ଲାମୁଣ୍ଡା:ଲୋକ ଆବାଜ. ଇନ(ବ୍ୟୁରୋ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରେଗଡା ପଞ୍ଚାୟତ ବିଜାପାଟି ଠାରେ ଗୁରୁବାର ସକାଳ ୭ ଟା ସମୟରେ ବଜ୍ରାଘାତ ଯୋଗୁଁ ବଳଦ ମୃତ୍ୟୁ ହୋଇଥିବା ଜଣାପଡିଛି।ସୂଚନା ମତେ ବିଜାପାଟି ଗାଁର ଚାଷୀ ସାଲେବନ ଭୋଇ ତାଙ୍କ ଘର ପାଖ ଗଛ ତଳେ ଥିବା ଗୁହାଳ ରେ ବଳଦ ବାନ୍ଧିଥିଲେ,ତେବେ ବଳଦ କୁ ହଠାତ ବିଜୁଳି ମାରିବାରୁ ସଂଗେ ସଂଗେ ବଳଦ ର ମୃତ୍ୟୁ ଘଟିଥିବା ଚାଷୀ ଜଣକ କହିଛନ୍ତି।ଅନ୍ୟ ପଟେ ଚାଷ ସମୟରେ ବଳଦ ର ମୃତ୍ୟୁ ଘଟିବା ତାଙ୍କ ପାଇଁ ଚିନ୍ତା ର କାରଣ ପାଳଟିଥିବା କହିଛନ୍ତି।ଏଣୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମ ବାସୀ ଅନୁରୋଧ କରିଛନ୍ତି
What's Your Reaction?






