ବିଦ୍ୟାଳୟରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

Aug 20, 2024 - 22:02
 0  15
ବିଦ୍ୟାଳୟରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ

କଣ୍ଟାମାଳ: ଲୋକ ଆବଜ୍. ଇନ୍ ( ପୂର୍ଣ୍ଣ ଚରଣ ସାହୁ) :

କଣ୍ଟାମାଳ ବ୍ଲକ ଶିମିଳିପଦର ପଞ୍ଚାୟତ ଗବଜୋର ଗଙ୍ଗାଧର ମେହେର ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ଵଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି ।ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ବଶିଷ୍ଠ କୁମାର ପ୍ରଧାନଙ୍କ ସଭାପତିତ୍ବରେ ଗଙ୍ଗାଧର ମେହେରଙ୍କ ଫଟୋ ଚିତ୍ରରେ ଦ୍ଵୀପ ପ୍ରଜ୍ଜ୍ୱଳନ, ପୁଷ୍ପମାଲ୍ୟ ଅର୍ପଣ କରି ସ୍ମୃତିଚାରଣ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନାଟ୍ୟକାର ହରିହର ପ୍ରଧାନ ଯୋଗଦେଇଥିଲେ । ରାଜକିଶୋର ସାହୁ ମୁଖ୍ୟବକ୍ତାଭାବେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଗବାଯୋର ଏମ.ଇ ସ୍କୁଲର ପ୍ରଧାନ ଶିକ୍ଷକ ପବିତ୍ର ସାହୁ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ,କର୍ମଚାରୀ ଓ ଛାତ୍ର ଛାତ୍ରୀ ମାନେ ଯୋଗଦାନ କରିଥିଲେ । ଗଙ୍ଗାଧର ମେହେରଙ୍କ ଜୀବନୀ ଉପରେ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଲକ୍ଷ୍ମଣ ମହାପାତ୍ର ଆଲୋକପାତ କରିଥିଲେ ।ଗଙ୍ଗାଧର ମେହେରଙ୍କ ବିଶ୍ଵଦେଖ ମଧୁମୟରେ ଜୀବନ ସଙ୍ଗୀତ ବିଦ୍ୟାଳୟର ଛାତ୍ରୀମାନେ ଗାନ କରିଥିଲେ ।ଶ୍ରୀପତି କମ୍ପ,ବିନୋଦ ନାଏକ,ଲଛମନ ମିଶ୍ର,ଲିଙ୍ଗରାଜ ଭୋଇ,ଜଗନ୍ନାଥ ପାଢ଼ୀ ପ୍ରମୁଖ ସହଯୋଗ କରିଥିଲେ ।ଶେଷରେ ହିନ୍ଦୀ ଶିକ୍ଷକ ବସନ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

What's Your Reaction?

like

dislike

love

funny

angry

sad

wow