ଶିଶୁଶ୍ରମିକ ମୁକ୍ତ ଓଡ଼ିଶା ସଂପର୍କରେ ଆଲୋଚନା ସଭା

କଳାହାଣ୍ଡି:ଲୋକ୍ ଆବାଜ୍.ଇନ୍(ବ୍ୟୁରୋ)
କଳାହାଣ୍ଡି ଜିଲ୍ଲା ମ.ରାମପୁର ସେବାଜଗତଠାରେ ସିଏସିଏଲ୍ ଓଡ଼ିଶା ଓ ସେବାଜଗତ ତରଫରୁ ସିଏସିଏଲ ଜାତୀୟ ଶିକ୍ଷା ବିଭାଗର ସହାୟତାରେ ଆଜି ଶିଶୁ ଶ୍ରମିକ ମୁକ୍ତ ଓଡ଼ିଶା ସଂପର୍କରେ ଏକ ଆଲୋଚନା ସଭା ସେବାଜଗତର ସଂପାଦକ ସତ୍ୟ ନାରାୟଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୁଭେନ୍ଦୁ ମହାପାତ୍ର,ସମ୍ମାନୀତ ଅତିଥିଭାବେ ଜେଜେବି ସଦସ୍ୟା ସ୍ୱର୍ଣ୍ଣଲତା ମହାନ୍ତି, ଶିଶୁ ବିକାଶ ପ୍ରକଳ୍ପର ମହିଳା ପରିଦର୍ଶିକା ସ୍ୱର୍ଣ୍ଣଲତା ସାହୁ ମଂଚାସୀନ ରହି ଶିଶୁ ଶ୍ରମିକ ମୁକ୍ତ ଓଡ଼ିଶା ସଂପର୍କରେ ନିଜ ନିଜର ମତପୋଷଣ କରିଥିଲେ । କର୍ତ୍ତବ୍ୟ ସଂଗଠନ ର ମୁଖ୍ୟ ଅଶୋକ ପଟ୍ଟନାୟକ,ଅନ୍ତୋଦୟ ସଂଗଠନର ମୁଖ୍ୟ ଦିଲୀପ କୁମାର ଦାଶ,ଜେଡ଼ବ୍ଲ୍ୟୁସିଟି ମୁଖ୍ୟ ଏଲ ଗୁଣନିଧି,ଦାପ୍ତା ସଂଗଠନ ମୁଖ୍ୟ ଆଦର୍ଶ ଶର୍ମା,ଆଦିବାସୀ ନେତା ଧନସିଂ ମାଝୀ ପ୍ରମୁଖ ଯୋଗଦେଇ ଶିଶୁ ଶ୍ରମିକ ପ୍ରଥା ଉଚ୍ଛେଦ୍ଦ କରିବାକୁ ଆମକୁ ପୁଣି ଥରେ ଅଂଟା ଭିଡ଼ି ଆଗେଇ ଆସିବା ଉଚ୍ିତ ବୋଲି ନିଜ ନିଜ ମତ ରଖିଥିଲେ । କାର୍ଯ୍ୟକ୍ରମକୁ ପ୍ରଦୀପ କୁମାର ସାହୁ ପରିଚାଳନା କରିଥିବାବେଳେ ସାମ୍ବାଦିକ ହେମନ୍ତ ସାହୁ ଧନ୍ୟବାଦାର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସେବାଜଗତର ଶଙ୍କର ସୁନା,କୌରବ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳାରେ ସହଯୋଗ କରିଥିଲେ ।
What's Your Reaction?






