ବିଦ୍ୟୁତ ଉପୋଭୋକ୍ତା ସଂଘ ର ଗଣଧାରଣା :

Mar 21, 2025 - 20:36
 0  6
ବିଦ୍ୟୁତ ଉପୋଭୋକ୍ତା ସଂଘ ର ଗଣଧାରଣା :

ବିଦ୍ୟୁତ ଉପଭୋକ୍ତା ସଂଘର ଗଣଧାରଣା

ମ.ରାମପୁର: ଲୋକ୍ ଆଵାଜ୍.ଇନ୍ (ବ୍ୟୁରୋ)

କଳାହାଣ୍ଡି ଜିଲ୍ଲା ମ.ରାମପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଉପଭୋକ୍ତା ସଂଘ ବିଦ୍ୟୁତ୍ ସମସ୍ୟା ସମ୍ବନ୍ଧିତ ବିଭିନ୍ନ ଦାବିକୁ ନେଇ ଗଣଧାରଣାରେ ବସିଛନ୍ତି। ପ୍ରଥମେ ଏକ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସ୍ଲୋଗାନ ଦେଇ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ପ୍ରସ୍ତାବିତ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ପ୍ରସ୍ତାବ ପ୍ରତ୍ୟାହାର କରିବା, ବାରମ୍ବାର ବିଦ୍ୟୁତ୍ କାଟ ବନ୍ଦ କରିବା, ଜନବିରୋଧୀ ପ୍ରିପେଡ ସ୍ମାର୍ଟ ମିଟର ସଂଯୋଗ ବନ୍ଦ କରିବା, ନିର୍ବାଚନ ପ୍ରତିଶୃତି ଅନୁଯାୟୀ ପ୍ରତ୍ୟେକ ଉପଭୋକ୍ତାଙ୍କୁ ମାସରେ ୩୦୦ୟୁନିଟ ବିଦ୍ୟୁତ୍ ମାଗଣାରେ ଯୋଗାଇବା,ଓଇଆରସି ଏବଂ ଟାଟା ପାୱାର କଂପାନୀର ଶୋଷଣ ଓ ଜୁଲୁମ ବନ୍ଦ କରାଯାଉ, ବିଦ୍ୟୁତ୍ ଘରୋଇକରଣ ବନ୍ଦ କରିବା, ବିଦ୍ୟୁତ୍ ବିଲ୍ ପୈଠ କରିଥିବା ବିଦ୍ୟୁତ୍ ଉପଭୋକ୍ତାଙ୍କ ବେଆଇନ ବିଦ୍ୟୁତ୍ କାଟକୁ କରିବା ଭଳି ୭ଦଫା ଦାବି ରଖି ଧାରଣାରେ ବସିବା ସହ ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ମାନ୍ୟବର ବିଭାଗୀୟ ମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ଏଥିରେ ବିଦ୍ୟୁତ୍ ଉପଭୋକ୍ତା ସଂଘର ସଭାପତି ଚମରା ବଗର୍ତ୍ତୀ, ସଂପାଦକ ସତ୍ୟଜିତ ଚାଟାର୍ଜୀ, ଗଙ୍ଗାଧର ପ୍ରହରାଜ, ବିଶ୍ୱଜିତ ଚାଟାର୍ଜୀ, ପ୍ରଭାକର ନାଗ,ପ୍ରକାଶ ମାଝୀ, ନକୁଳ ବଗର୍ତ୍ତୀ ,ବାବୁଲା ସାହୁ ସମେତ ଅଞ୍ଚଳର ସମସ୍ତ ଉପଭୋକ୍ତା ଯୋଗ ଦେଇଥିଲେ।

What's Your Reaction?

like

dislike

love

funny

angry

sad

wow