ବ୍ଲକ ଅଧକ୍ଷା ଙ୍କ କଥା ରଖିଲେ ଉଠା ଜଳ ସେଚନ ବିଭାଗ, ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ଆଜିଠୁ ଜଳ ସେଚନ :

Mar 22, 2025 - 09:34
 0  15
ବ୍ଲକ ଅଧକ୍ଷା ଙ୍କ କଥା ରଖିଲେ ଉଠା ଜଳ ସେଚନ ବିଭାଗ, ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ଆଜିଠୁ ଜଳ ସେଚନ :

ବ୍ଲକ ଅଧ୍ୟକ୍ଷା ଙ୍କ କଥା ରଖିଲେ ଉଠା ଜଳସେଚନ ବିଭାଗ,ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ଆଜିଠୁ ଜଳସେଚନ।

ଧର୍ମଗଡ଼:ଲୋକ ଆବାଜ ଇନ(ସନତ କୁମାର ପ୍ରଧାନୀ)

ଗ୍ରୀଷ୍ମପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ ଚଳିତ ବର୍ଷ ଇନ୍ଦ୍ରାବତୀ ଜଳଭଣ୍ଡାର ରେ ଜଳସ୍ତର ହ୍ରାସ ଥିବା କାରଣରୁ ଉଠା ଜଳସେଚନ ପ୍ରକଳ୍ପ ରୁ ରବି ଚାଷ ପାଇଁ ଜଳସେଚନ ବନ୍ଦ ରହିଛି। ତେବେ ମାର୍ଚ୍ଚ ମାସ ଆରମ୍ଭ ରୁ କ୍ରମ ବର୍ଦ୍ଧିତ ଗ୍ରୀଷ୍ମପ୍ରବାହ ଜଳଉତ୍ସ ଗୁଡିକ ଶୁଖିବାକୁ ଲାଗିଲାଣି, ଫଳରେ ମଣିଷ ଠାରୁ ଗୃହପାଳିତ ପଶୁ, ଜୀବଜନ୍ତୁ ମାନେ ମଧ୍ୟ ପାଣି ପାଇଁ ହାହାକାର ହେଉଛନ୍ତି। କେନାଲ ରେ ଜଳସେଚନ ବନ୍ଦ ଫଳରେ ଭୂତଳ ଜଳସ୍ତର ମଧ୍ୟ କମିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କୋକସରା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ କୁସୁମଖୁଣ୍ଟି ଠାରେ ଥିବା ଉଠା ଜଳସେଚନ ପ୍ରକଳ୍ପ ର ନିର୍ବାହୀ ଯନ୍ତ୍ରୀ ଙ୍କୁ ମଣିଷ ଙ୍କ ନିତ୍ୟ ବ୍ୟବହାର୍ଯ୍ୟ, ଗୃହ ପାଳିତ ପଶୁ ଓ ଜୀବଜନ୍ତୁ ଙ୍କ ପାଇଁ କେନାଲ ରେ ଅଳ୍ପ ମାତ୍ରାରେ ଜଳସେଚନ କରିବାକୁ ଲିଖିତ ଅନୁରୋଧ କରିଥିଲେ। ଘଟଣା କୁ ମାନବିକତା ଦୃଷ୍ଟିରେ ରଖି ଉଠା ଜଳସେଚନ ପ୍ରକଳ୍ପ ପକ୍ଷରୁ ଶୁକ୍ରବାର ପୂର୍ବାହ୍ନ ୯ ଘଣ୍ଟା ରେ ୭.୫ କ୍ୟୁମେକ ପାଣି ଛଡ଼ାଯାଇଥିବା ନେଇ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ପ୍ରଣୟ ପ୍ରଧାନ ସୂଚନା ଦେଇଛନ୍ତି।

ଫଳ ସ୍ୱରୂ କେନାଲରେ ଗ୍ରୀଷ୍ମ ପ୍ରବାହ ସମୟରେ ଏକ ଫୁଟ ପାଣି ରହିବ ବୋଲି ସୂଚନା ମିଳିଛି । ବ୍ଲକ ଅଧ୍ୟକ୍ଷା ଶ୍ରୀମତି ଅଗ୍ରୱାଲ ଙ୍କ ଏହି କାର୍ଯ୍ୟ କୁ ସାଧାରଣ ରେ ପ୍ରସଂଶା କରାଯାଇଛି।

What's Your Reaction?

like

dislike

love

funny

angry

sad

wow