ବିନିକା ସିଂଘିଯୁବା ରେ ବସ ଦୁର୍ଘଟଣା - ୧୪ ଯାତ୍ରୀ ଆହତ - *ମେଡିକାଲ୍ ରେ ପହଞ୍ଚିଲେ ଜିଲ୍ଲାପାଳ ଓ ଏସପି*

Nov 25, 2025 - 20:48
 0  37
ବିନିକା ସିଂଘିଯୁବା ରେ ବସ ଦୁର୍ଘଟଣା - ୧୪ ଯାତ୍ରୀ ଆହତ - *ମେଡିକାଲ୍ ରେ ପହଞ୍ଚିଲେ ଜିଲ୍ଲାପାଳ ଓ ଏସପି*

ସୁବର୍ଣ୍ଣପୁର : ୨୫-୧୧ ଲୋକ ଆବାଜ. ଇନ(ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)

ଆଜି ସକାଳ ଭୋର୍ ୫ ଟା ବେଳେ ଭୁବନେଶ୍ୱର ରୁ ସୁବର୍ଣ୍ଣପୁର ଦେଇ ବରଗଡ଼ ପଦମପୁର ଆସୁଥିବା ଏକ ବେସରକାରୀ ବସ ଜୟଭୋଲେ ଓ ଡି ୩୧ କେ ୯୦୯୯ ବିନିକା ସିଂହିଜୁବା ବ୍ରିଜ ରେ ଓଲଟି ପଡି ଥିବାରୁ ବହୁ ଯାତ୍ରୀ ଗୁରୁତର ଆହତ ହେଇଥିବା ଖବର ମିଳିଛି l ଖବର ପାଇ ବିନିକା ଅଗ୍ନିଶମ ବିଭାଗ ଅଧିକାରୀ ତେଜରାଜ ସାହୁ ଓ ରାମପୁର ଅଧିକାରୀ ରଘୁ ବାଘ୍ ଙ୍କ ଅଗ୍ନିଶମ ବିଭାଗ ଟିମ୍ ଓ ବିନିକା ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀ ସତ୍ୟ ନାରାୟଣ ପଧାନ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ପାଞ୍ଚ ଜଣ ମହିଳା ଓ ୯ ଜଣ ପୁରୁଷ ଯାତ୍ରୀ ସମୁଦାୟ ୧୪ ଜଣ ଯାତ୍ରୀଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବିନିକା ମେଡିକାଲ୍ କୁ ପହଞ୍ଚାଇ ଥିବା ଜଣାପଡ଼ିଛି l ଏହି ଖବର ପାଇ ସକାଳ ୬ ଟା ବେଳେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଓ ଏସପି ନାରାୟଣ ନାୟକ ବିନିକା ମେଡିକାଲ୍ କୁ ତୁରନ୍ତ ପହଞ୍ଚି ଆହତ ରୋଗୀ ଙ୍କ ପ୍ରାଥମିକ ଚିକିତ୍ସା ପରେ ଆବଶ୍ୟକ କିଛି ରୋଗୀ ଙ୍କ ଉଚ୍ଚ ଚିକିତ୍ସା ପାଇଁ ମଧ୍ଯ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ ସହ ଆଲୋଚନା କରି ସମସ୍ତ ବ୍ୟବସ୍ଥା କରାଇଥିବା ଜଣାପଡ଼ିଛି l ତୁରନ୍ତ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପହଞ୍ଚି ଆହତ ରୋଗୀଙ୍କୁ ଭେଟି ସାହସ ପ୍ରଦାନ ଓ ଚିକିତ୍ସା ଉପରେ ତତ୍ୱାବଧାନ କରି ଥିବାରୁ ତାଙ୍କ ମହାନତା ଓ ମାନବିକତା କୁ ଜିଲ୍ଲାର ବୁଦ୍ଧିଜିବୀ ମହଲ ରେ ଆଜି ପ୍ରଶଂସା କରା ଯାଇଛି l ପ୍ରକାଶ ଯେ ଆଜିର ଘନ କୁହୁଡି ଯୋଗୁଁ ଏହି ବସ୍ ଟି ଦୁର୍ଘଟଣା ଘଟିଥିବା ଜଣା ଯାଇଛି l ଖବର ରୁ ପ୍ରକାଶ ଯେ ବସ୍ ର ୪୦ ଜଣ ଯାତ୍ରୀ ଙ୍କ ମଧ୍ଯ ରୁ ୧୪ ଜଣ ଆହତ ହୋଇଥିଲେ l ଗୁରୁତର ୭ ଜଣ ଙ୍କୁ ବୁର୍ଲା ଡ଼ାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଜଣେ ଆହତ ଙ୍କୁ ସୁବର୍ଣ୍ଣପୁର ମୁଖ୍ୟ ଡ଼ାକ୍ତର ଖାନା ରେ ଚିକିତ୍ସା କରାଯାଉଛି l ବାକି ୬ ଜଣ ଆହତ ଙ୍କୁ ପ୍ରାଥମିକ ଚିକିତ୍ସା ପରେ ବିନିକା ମେଡିକାଲ୍ ରୁ ନିଜ ନିଜ ଘର କୁ ଆମ୍ବୁଲାନ୍ସ ରେ ପଠେଇ ଦିଆ ଯାଇଥିବା ଖବର ମିଳିଛି l

What's Your Reaction?

like

dislike

love

funny

angry

sad

wow