ପ୍ରାଥମିକ ଶିକ୍ଷା ର ବିକଳ ଚିତ୍ର:ସ୍କୁଲ୍ ବାରଣ୍ଡା ରେ ଚାଲିଛି ପାଠ ପଢା

ବାଲିଗୁଡ଼ା: ଲୋକ୍ ଆଵାଜ୍ .ଇନ୍ ( ପ୍ରମୋଦ କୁମାର ଦଣ୍ଡସେନା)
କେନ୍ଦ୍ର ଓ ରାଜ୍ୟ ସରକାର ଶିକ୍ଷା ର ବିକାଶ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି l ଯୋଜନା ମାଧ୍ୟମ ରେ ସରକାର କୋଟି କୋଟି ଅର୍ଥ ବ୍ୟୟ କରୁଛନ୍ତି କିନ୍ତୁ ପ୍ରଶାସନିକ ଅବହେଳା କାରଣ ରୁ ସରକାର ଙ୍କ ସୁଦୂର ପ୍ରସାରି ଯୋଜନା ଗ୍ରାମାଞ୍ଚଳ ରେ ପହଞ୍ଚି ପାରୁନି ଫଳରେ ଏହାର ଦୁର୍ଦ୍ଦଶା ଭୋଗୁଛନ୍ତି କୋମଳମତି ଛାତ୍ର ଛାତ୍ରୀ l ୨୦୦୭ ମସିହାରେ ବିଦ୍ୟାଳୟ କୋଠାଘର ନିର୍ମିତ ହୋଇଥିଲା କିନ୍ତୁ ନିମ୍ନ ମାନର କାମ ଯୋଗୁଁ ବିଦ୍ୟାଳୟ କୋଠା ରେ ଏବେ ପାଣି ଗଳୁଛି l ଏହିଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳୁଛି କଂଧମାଳ ଜିଲ୍ଲା କୋଟଗଡ ବ୍ଲକ୍ ସଡକିଙ୍ଗିଆ ପ୍ରାଥମିକ ବିଦ୍ୟାଳୟ ରେ l ପ୍ରଥମ ଶ୍ରେଣୀ ରୁ ପଞ୍ଚମ ଶ୍ରେଣୀ ଯାଏଁ ୨୮ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରନ୍ତି l ଦୁଇଟି ଶ୍ରେଣୀ ଗୃହରେ ବର୍ଷା ପାଣି ଗଳି ଶ୍ରେଣୀ ଗୃହ ପରିତ୍ୟକ୍ତ ଅବସ୍ଥl ରେ ପଡ଼ି ରହିଥିବାରୁ ଶ୍ରେଣୀର ଛାତ୍ର ଛାତ୍ରୀ ସ୍କୁଲ ବାରାଣ୍ଡ ରେ ବସି ପାଠ ପଢୁଥିବା ଦେଖିବାକୁ ମିଳିଛି l
ବିଦ୍ୟାଳୟ ପରିଚାଳନା କମଟି ଓ ଗ୍ରାମବାସୀ ବ୍ଲକ୍ ପ୍ରଶାସନ ଙ୍କୁ ଅଭିଯୋଗ ପରେ ୨୦୨୩-୨୪ ଆର୍ଥିକ ବର୍ଷ ର ସ୍କୁଲ ଘର ମରାମତି ପାଇଁ ଏକ ଲକ୍ଷ ୬୬ ହଜାର ୮୦ ବ୍ୟୟ ବରାଦ ହୋଇଛି ବୋଲି ସ୍କୁଲ ନିକଟ ରେ ସୂଚନା ଫଳକ ଲାଗିଥିବା ବେଳେ ସ୍କୁଲ ଘର ମରାମତି ହୋଇ ନ ଥିବା କହିଛନ୍ତି ଗ୍ରାମବାସୀ l ଏନେଇ ପାରିଗଡ ସରପଞ୍ଚ ଙ୍କୁ ପଚାରିବାରୁ ବର୍ଷାଯୋଗୁଁ ମରାମତି କାର୍ଯ୍ୟ କରାଯାଇନି ବର୍ଷାଋତୁ ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରତିକ୍ରିୟା ରେ କହିଛନ୍ତି l ଲୋକଙ୍କ ସରକାର ମହୋନ ସରକାର ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ନିବେଦନ କରିଛନ୍ତି l
What's Your Reaction?






