ବିଭିନ୍ନ ବିଦ୍ୟାଳୟ ରେ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ......

Oct 18, 2025 - 19:00
 0  42
ବିଭିନ୍ନ ବିଦ୍ୟାଳୟ ରେ  ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ......

କର୍ଲାମୁଣ୍ଡା:ଲୋକ ଆବାଜ. ଇନ(ବ୍ୟୁରୋ ରିପୋର୍ଟ)

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ର ବିଭିନ୍ନ ବିଦ୍ୟାଳୟରେ ଶନିବାର ଚତୁର୍ଥ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନୋଡାଲ କ୍ଲସ୍ଟର ଚତୁର୍ଥ କ୍ଲସ୍ଟର ସ୍ତରୀୟ ବୈଠକ ରାଜପୁର ପଞ୍ଚାୟତ ସିଆଲପଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଆୟୋଜିତ ହୋଇଥିଲା । ବୈଠକ ରେ ସିଆରସିସି ପ୍ରସନ୍ନ କୁମାର ସାହୁ ଯୋଗ ଦେଇ ମୌଳିକ ସାକ୍ଷରତା ସଂଖ୍ୟା ଜ୍ଞାନ,ଶ୍ରେଣୀ ପରି ଚାଳନା, ଓ ଛାତ୍ରୀ,ଛାତ୍ର ମାନଙ୍କୁ ବହୁ ଶ୍ରେଣୀ ଶିକ୍ଷା ଦାନ ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା l

ଏହି କ୍ଲଷ୍ଟର ର ଆଠ ଗୋଟି ବିଦ୍ୟାଳୟ ରୁ ୮ ଜଣ ପ୍ରଧାନ ଶିକ୍ଷକ ଓ ୮ଜଣ ଏଫ ଏଲ ଏନ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ lସେହିପରି ଜୋରାଡ଼ବରା କ୍ଲଷ୍ଟର ପକ୍ଷରୁ ସରକାରୀ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ଜୋରାଡ଼ବରା ବୋରପଦର ଠାରେ ମଧ୍ୟ କ୍ଲସ୍ଟର ସ୍ତରୀୟ ଚତୁର୍ଥ ମାସିକ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ସିଆରସିସି ଯୁଗଳ କିଶୋର ନାଗ ଯୋଗ ଦେଇ ଶିକ୍ଷା କ୍ୟାଲେଣ୍ଡର, ନିପୂଣ ସପ୍ତାହ, ବହୁ ଶ୍ରେଣୀ ପରିଚାଳନା ଓ ଜିଲ୍ଲା ଭିତ୍ତିକ ଶୈକ୍ଷିକ ବିଷୟରେ ଆଲୋଚନା କରିଥିଲେ। ଜୋରାଡ଼ବରା କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଓ ସହକାରୀ ଶିକ୍ଷୟିତ୍ରୀ ,ଶିକ୍ଷକ ମାନେ ଯୋଗ ଦେଇ ଥିଲେ।ବୈଠକରେ ପ୍ରଧାନ ଶିକ୍ଷକ ତରୁଣ ଜାନୀ,ପ୍ରଫୁଲ୍ଲ କୁମାର ବଡ଼ମାଳି,ଉଗ୍ରସେନ ସାହୁ ସହଯୋଗ କରିଥିଲେ। ବ୍ଲକ ର ରେଙ୍ଗାଲି କ୍ଲସ୍ଟର ପକ୍ଷରୁ ଘଣ୍ଟୁପଡା ପ୍ରାଥମିକ ବିଦ୍ୟାଳୟ ଠାରେ ଚତୁର୍ଥ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ସିଆରସିସି ଉଜ୍ଜ୍ୱଳ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ତେରେସିଙ୍ଗା କ୍ଲସ୍ଟର ପକ୍ଷରୁ ସିଆରସିସି ହେମନ୍ତ କୁମାର ନାଏକ ଙ୍କ ଅଧ୍ୟକ୍ଷତାରେ ସ. ମାଲପଡା ସରକାରୀ ଉନ୍ନତି ଉଚ୍ଚ ବିଦ୍ୟାଳୟ ଠାରେ ଚତୁର୍ଥ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା।

What's Your Reaction?

like

dislike

love

funny

angry

sad

wow