ହରଗୌରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବାର୍ଷିକ ଉତ୍ସବ ଓ ଦ୍ୱିତୀୟ ବର୍ଷ ଛାତ୍ରୀ ଛାତ୍ର ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ
କର୍ଲାମୁଣ୍ଡା: ଲୋକ ଆବାଜ. ଇନ(ପ୍ରଦୀପ କୁମାର ରଣା ଙ୍କ ରିପୋର୍ଟ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ସ୍ଥିତ ହରଗୌରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଠାରେ ହରଗୌରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବାର୍ଷିକ ଉତ୍ସବ ଓ ଦ୍ୱିତୀୟ ବର୍ଷ ଛାତ୍ରୀ ଛାତ୍ର ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷ ସୁବୋଧ କୁମାର ଶତପଥି ଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବ ସଭାରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟିକା ମନୋରମା ମହାନ୍ତି, ସମ୍ମାନିତ ଅତିଥି ଭାବେ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ଜଗନ୍ନାଥ କୌଶଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ହେମନ୍ତ କୁମାର ଚୌଧୁରୀ, ଇତିହାସ ବିଭାଗ ଅଧ୍ୟାପକ ଲମ୍ବୋଦର ସାହୁକାର, ମୁଖ୍ୟ ବକ୍ତା ଭାବେ କଥାକାର ସୁନୀଲ କୁମାର ମହାପାତ୍ର,ଅନ୍ୟ ତମ ବକ୍ତା ଭାବେ ଇଂରାଜୀ ଅଧ୍ୟାପକ ଗଗନ ବିହାରୀ ମହାପାତ୍ର ପ୍ରମୁଖ ଯୋଗ ଦେଇ ଛାତ୍ରୀ ଛାତ୍ର ଙ୍କୁ ଉତ୍ତମ ମଣିଷ ହେବା କୁ ପରାମର୍ଶ ଦେଇଥିଲେ।
କ୍ରୀଡା ଶିକ୍ଷକ ରାଜକିଶୋର ରଣା ଙ୍କ ନେତୃତ୍ୱରେ ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରୀ ଛାତ୍ର ଙ୍କୁ ପୁରସ୍କୃତ କରାଯାଇଥିଲା। ସଭାକାର୍ଯ୍ୟ ରେ ଗ୍ରନ୍ଥ ରକ୍ଷକ ଧ୍ରୁଵ ଚରଣ ସାହୁ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଲିପୁନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ଓ ଛାତ୍ରୀ ଛାତ୍ର ଙ୍କ ଦ୍ଵାରା ଆୟୋଜିତ ସଂସ୍କୃତିକ କାର୍ଯ୍ୟକ୍ରମ କୁ ଅଧ୍ୟାପକ ପିତାମ୍ବର ସାହୁ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ରେ ଅଧ୍ୟାପିକା ସୁଶ୍ରୀ ଜ୍ୟୋତିମାଳା ରାଉତ, ସୁଶ୍ରୀ ଦୀପାଞ୍ଜଳି ବାଗ, ଅଧ୍ୟାପକ ବିରେନ୍ଦ୍ର କୁମାର ସାହୁ,ପ୍ରସନ୍ନ କୁମାର ବେହେରା,ଶିବାଜୀ ବାରିକ,ଜିତୁ ରଣା, ଚୂଡ଼ାମଣି ସାହୁ,ଶାନ୍ତନୁ ସାହୁ ଙ୍କ ସମେତ ସମସ୍ତ ଛାତ୍ରୀ ଛାତ୍ର ମାନେ ସହଯୋଗ କରିଥିଲେ
What's Your Reaction?