ବୁରୋଗୋର ଗ୍ରାମରେ "ପତାଙ୍ଗୀ" ଶିଶୁ ଉତ୍ସବ ୨୦୨୪ କାର୍ଯକ୍ରମ ସମ୍ପାଦିତ

Nov 18, 2024 - 20:43
 0  8
ବୁରୋଗୋର ଗ୍ରାମରେ "ପତାଙ୍ଗୀ" ଶିଶୁ ଉତ୍ସବ ୨୦୨୪ କାର୍ଯକ୍ରମ ସମ୍ପାଦିତ

ବୁରଗୋରା ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣ ରେ ପତାଙ୍ଗୀ ୨୦୨୪ ( ଶିଶୁ ମହୋ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ଉକ୍ତ କାର୍ଯକ୍ରମ ଟି ୟାଇ ସି ଡ଼ି ଏ ସହଯୋଗ ରେ ପାଳନ କରା ଯାଇଅଛି| ଉକ୍ତ କାର୍ଯକ୍ରମ ରେ ୫ ଟି ଗ୍ରାମ ତଥା ବୁରୋଗୋରା, ଜମୁଖୋଲ, ବିରିଗଡ, ମଲ୍ଲିକ ପଡ଼ା ଓ ଗୁଡ଼ିଆଲି ର ୩୦୦ ରୁ ଅଧିକ ଶିଶୁ ମାନେ ଭାଗ ନେଇଥିଲେ| କାର୍ଯକ୍ରମ ରେ ଶିଶୁ ସ୍ୱାସ୍ଥ୍ୟ ମେଳା ଆୟୋଜନ ହୋଇଥିଲା | ଏହି ସ୍ବାସ୍ଥ୍ୟ ମେଳା ବୌଦ୍ଧ ର ସ୍ବାସ୍ଥ୍ୟ ବିଭାଗ ର ସହଯୋଗ ରେ ଶିଶୁ ମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ଔଷଧ ବିତରଣ କରାଯାଇଥିଲା | ଏହା ସହ ବିଜ୍ଞାନ ମେଳା ପ୍ରଦର୍ଶନୀ ର ଆୟୋଜନ କରାଯାଇଥିଲା ଯେଉଁଥିରେ ପିଲା ମାନେ ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇ ଥିଲେ |

ସେମାନଙ୍କ ଭିତରେ ନାଚ, ଗୀତ, ଚିତ୍ରାଙ୍କନ ପ୍ରତିଯୋଗିତା ମାନ କରା ଯାଇଥିଲା | ଏହି ପ୍ରତିଯୋଗିତା ରେ ବିଜୟ ଲାଭ କରିଥିବା ଶିଶମାନଙ୍କୁ ପୁରସ୍କୃତ କରାଯାଇଥିଲା| ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସଂଘମିତ୍ରା ପଣ୍ଡା ଉଦଘାଟନ ଉତ୍ସବ ରେ ଯୋଗ ଦେଇ କାର୍ଯକ୍ରମ କୁ ଆରମ୍ଭ କରିଥିଲେ| ଅତିଥି ମାନଙ୍କ ସମ୍ମୁଖ ରେ ଶିଶୁମାନେ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ| ଏହାର ଉଦଯାପନୀ ଉତ୍ସବରେ ୱାଇ ସି ଡ଼ି ଏ ର ସମ୍ପାଦକ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ରାଜେନ୍ଦ୍ର ମେହେର, ପ୍ରୋଗ୍ରାମ ଡାଇରେକ୍ଟର ଅରୁଣ ପ୍ରଧାନ, Burogora ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଜସ କେତନ ପ୍ରଧାନ ଅଂଶଗ୍ରହଣ କରି ପିଲା ମାନଙ୍କୁ ଉତ୍ସାହିତ କରିବା ସହ ଶିଶୁ ଅଧିକାର ବିଷୟ ରେ ଶିଶୁ ମାନଙ୍କୁ ଉଦବୋଧନ ଦେଇଥିଲେ | ପ୍ରକଳ୍ପ ଅଧିକାରୀ ଦେବଦତ୍ତା ଦାସ ଏଫ ଏଫ୍ ଭି ଡି ପି କାର୍ଯକ୍ରମ ର ଲକ୍ଷ୍ୟ ଓ ଉଦ୍ଵେଶ ଉପରେ ଆଲୋଚନା କରିଥିଲେ | ଉକ୍ତ କାର୍ଯକ୍ରମ କୁ ୱାଈ ସିଡି ଏ ର ସମସ୍ତ କର୍ମକର୍ତ୍ତା, ଗ୍ରାମ ଉନ୍ନୟନ କମିଟି ଓ Burogora ଗ୍ରାମବାସୀ କାର୍ଯକ୍ରମ କୁ ସଫଳ କରିବାରେ ସହଯୋଗ କରିଥିଲେ | ପିଲା ମାନେ ବିଭିନ୍ନ ସସ୍କୃତିକ କାର୍ଯକ୍ରମ ଆୟୋଜନ କରାଯାଇଥିଲା ଯେଉଁଥିରେ ଶିଶୁମାନେ ନିଜ ଲୁକ୍କାୟିତ ପ୍ରତିଭା କୁ ପ୍ରଦର୍ଶନୀ କରିଥିଲେ| ପରିସେଶ ରେ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ |

What's Your Reaction?

like

dislike

love

funny

angry

sad

wow