ବାଲିଗୁଡା ରେ ନଗର ଉନ୍ନୟନ ମନ୍ତ୍ରୀ ଙ୍କ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ

ବାଲିଗୁଡା:ଲୋକ ଆବାଜ. ଇନ(ପ୍ରମୋଦ ଦଣ୍ଡସେନା ଙ୍କ ରିପୋର୍ଟ)
ଦୁଇ ଦିନିଆ କନ୍ଧମାଳ ଜିଲ୍ଲା ଗସ୍ତ ରେ ଆସି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତୀ ବାଲିଗୁଡା ରେ ପହଂଚି ସମୀକ୍ଷା ବୈଠକ ରେ ଯୋଗ ଦେଇଛନ୍ତି| ବାଲିଗୁଡ଼ା ଉପ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଓଡ଼ିଶାର ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡ଼ କୃଷ୍ଣ ଚନ୍ଦ୍ର ମହାପାତ୍ର ଯୋଗଦେଇ ଜିଲ୍ଲାରେ ଚାଲିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଏବଂ ତାର ରୁପାୟନ କାର୍ଯ୍ୟକାରିତା ସମ୍ପର୍କ ରେ ସମୀକ୍ଷା କରିଥିଲେ ।
ଏହି ବୈଠକରେ ଫୁଲବାଣୀ ବିଧାୟକ ଊମା ଚରଣ ମଲ୍ଲିକ, ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ୍, ମୁଖ୍ୟ ଉନ୍ନୟନ ଅଧୂକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧୂକାରୀ, ଜିଲ୍ଲାପରିଷଦ, କନ୍ଧମାଳ ଶମ୍ଭୁନାଥ ନନ୍ଦୀ, ବାଲିଗୁଡା ଓ ଜି. ଉଦୟଗିରି ଏନ୍ଏସିର ଅଧ୍ଯକ୍ଷ ଓ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।ଅପରାହ୍ନ ରେ ନୂଆ ପେଟ୍ରୋଲ ଟାଙ୍କି ନିକଟରେ ବାଲିଗୁଡା ବିଜେପି ପକ୍ଷରୁ ମାନ୍ୟବର ମନ୍ତ୍ରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବା ସହିତ ବିରାଟ ବାଇକ ରାଲି ରେ ପାଛୋଟି ଆଣିଥିଲେ |ଏଥିରେ କନ୍ଧମାଳ ଜିଲ୍ଲା ବିଜେପି ପୂର୍ବତନ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ପଦ୍ମଚରଣ ଦାସ, ଜିଲ୍ଲା ବିଜେପି ସଭାପତି ପଣ୍ଡିତ ବିଶିମାଝି, ସାଂସଦ ନଗର ପ୍ରତିନିଧି ଆଦିକନ୍ଦ ପଟନାୟକ, ବ୍ଲକ ସାଂସଦ ପ୍ରତିନିଧି ଟୁନା ସାହୁ, ସମେତ କ ନୂଆଗାଁ କୋଟଗଡ, ତୁମୁଡିବନ୍ଧ ଓ ବାଲିଗୁଡା ବ୍ଲକ ର ଦଳୀୟ କର୍ମୀ ଉପସ୍ଥିତ ଥିଲେ
What's Your Reaction?






