ଘଣ୍ଟାପଡା ରାବଣ ଦରବାର ଉଦଯାପିତ

କଣ୍ଟାମାଳ୧୪/୧୦: ଲୋକ ଆବାଜ.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
ବୌଦ୍ଧ ଜିଲ୍ଲ କଣ୍ଟାମାଳ ବ୍ଳକର ଘଣ୍ଟାପଡ଼ାରେ ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ଆୟୋଜିତ ରାବଣ ଦରବାର ଉଦଯାପିତ ହୋଇଯାଇଛି। ରାବଣଙ୍କ ଅନୁମତି କ୍ରମେ ରାଜକୀୟ ଅତିଥିଭାବେ ବୌଦ୍ଧ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ଘଣ୍ଟାପଡ଼ା ଗ୍ରାମରେ ହେଉଥିବା ଦୁର୍ଗାପୂଜା ଉପଲକ୍ଷେ ରାବଣ ଦରବାରରେ ଗ୍ରାମ ର ଐତିହ୍ୟ, ପରମ୍ପରା, ଲୋକକଳା, ଏକତାର ଫଳ ସ୍ଵରୂପ ଏକ ମଞ୍ଚ ହୋଇଥିବାରୁ କମିଟୀ ତଥା ଗ୍ରାମବାସୀଙ୍କୁ ବହୁତ ପ୍ରଶଂସା କରିଥିଲେ।
ସମ୍ମାନିତ ଅତିଥି ଭାବେ କଣ୍ଟାମାଳ ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ସେନାପତି, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମନ୍ଦରଧର ବେହେରା, ନାରାୟଣପ୍ରସାଦ ପ୍ୟାକ୍ସର ସଭାପତି ବିନୋଦ ସାହୁ,ସଂପାଦକ ଧର୍ମେନ୍ଦ୍ର ଗାଇଗୌରିଆ, ବିଜେଡିନେତା ପ୍ରଶାନ୍ତ ରଣା, କମିଟୀ ସଭାପତି ଗିରିଧର ଦେହୁରୀ, ବରିଷ୍ଠ କଂଗ୍ରେସ ନେତା ତଥା ଆଇନଜିବୀ ପ୍ରଶାନ୍ତ ସାହୁ, ବିଜେପି ଆଦିବାସୀ ମୋର୍ଚ୍ଚାର ଘଣ୍ଟାପଡ଼ା ମଣ୍ଡଳ ସଭାପତି ଗୋପୀନାଥ କହଁର ପ୍ରମୁଖ ଯୋଗ ଦେଇ ରାଗ,ଦ୍ଵେଷ,ଅହଙ୍କାର ପରିତ୍ୟାଗ ତଥା ସମାଜରେ ଦିନକୁ ଦିନ ଘଟିଚାଲିଥିବା ଅସାମାଜିକ କାର୍ଯ୍ୟରୁ ଦୂରେଇ ରହିବାକୁ ଯୁବ ଗୋଷ୍ଠୀଙ୍କୁ ଆହ୍ଵାନ ଦେଇଥିଲେ। ଦର୍ଶକମାନେ ଉପସ୍ଥିତି ରହି ମା' ଭୌରବୀ କଳା ପରିଷଦ ଦ୍ବାରା ପରିବେଷିତ ନାଟକ ରାବଣ ବଧକୁ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଉପଭୋଗ କରିଥିଲେ। ତା ସହ ମୀନାମନାରର ରାମ ଦୋଳି, ବ୍ରେକଡ୍ୟାନ୍ସକୁ ଛୋଟ ଶିଶୁଙ୍କ ବୋଟଚାଳନା, ଗଣେଶ କାର ଚାଳନା, ମିକିମଙ୍କି ସହିତ ଚଣା ଚଟପଟି,ଆଇସ୍କ୍ରିମ ଏବଂ ମହିଳାଙ୍କ ପାଇଁ ହରେକ୍ ମାଲ ବେଶ୍ ଦର୍ଶକଙ୍କ ପାଇଁ ମିନିବଜାର ପାଲଟିଥିଲା। ଦରବାରର ସଭାପୂର୍ବରୁ ମହାରାଜ ରାବଣଙ୍କ ଆଦେଶ କ୍ରମେ ସଦସ୍ୟ ଅଶୋକ କୁମାର ଦେହୁରି ଅତିଥ ପରିଚୟ ଓ ସଭା ପରିଚାଳନା କରିଥିବା ସ୍ଥଳେ କମିଟି ସଭାପତି ଗିରିଧର ଦେହୁରୀ ଧନ୍ୟବାଦ ଦେଇଥିଲେ।ସୁପ୍ରସିଦ୍ଧ କଳାକାର ମନୋଜ ମହାନ୍ତିଙ୍କ ରାବଣ ଭୂମିକାକୁ ଦର୍ଶକ ବହୁ ପ୍ରଶଂସା କରିଥିଲେ। ପୁଲିସ ଓ ପୂଜା କମିଟି ସଦସ୍ୟଙ୍କ ସୁରକ୍ଷାରେ ଦର୍ଶକ ବିଳମ୍ୱିତ ରାତ୍ର ପର୍ଯ୍ୟନ୍ତ କୁନିକୁନି କଳାକାରଙ୍କ ସାଂସ୍କୃତିକ ନାଚଗୀତ ଓ ନାଟକକୁ ଉପଭୋଗ କରିଥିଲେ।
What's Your Reaction?






