ବୋଡ଼େନ ପୋଲିସର ଆମ ପୋଲିସ ସମିତି କାର୍ଯ୍ୟକ୍ରମ

Aug 31, 2024 - 19:52
 0  84
ବୋଡ଼େନ ପୋଲିସର ଆମ ପୋଲିସ ସମିତି କାର୍ଯ୍ୟକ୍ରମ

ନୂଆପଡ଼ା: ଲୋକ୍ ଆଵାଜ୍ .ଇନ୍ ( ରାମନାଥ ପଣ୍ଡା)
ନୂଆପଡା ଜିଲ୍ଲା ବୋଡେ଼ନ ଥାନା ପକ୍ଷରୁ ଜନ ସାଧାରଣ ଓ ଜନସାଧାରଣ ମଧ୍ୟରେ ତଥା ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ରକ୍ଷା କରିବା ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ  "ଆମ ପୋଲିସ ସମିତି"  ଅନୁଷ୍ଠିତ ହୋଇଥିଲା l  କାର୍ଯ୍ୟକ୍ରମ ରେ ଆଇ ଆଇ ସି ଗୋବିନ୍ଦ ମାଝୀ, ଏସ ଆଇ ମଞ୍ଜୁଲତା ଖେଡ଼ଙ୍ଗା, ଏସ ଆଇ ଏସ କେ ନାୟକ, ହାବିଲଦାର କୃତିବାସ ପାନ, କନେଷ୍ଟବଲ ନୀଳକଣ୍ଠ ମାଝୀ, କନେଷ୍ଟବଲ କୁନ୍ତୀ ଶବର, ହୋମଗାର୍ଡ ପଦ୍ମନ ଚିନ୍ଦା, ପୂର୍ବତନ ସରପଞ୍ଚ ଭରତ ବେହେରା, ସମାଜସେବୀ ହେମନ୍ତ କାଣ୍ଡ ଓ ଗ୍ରାମର ଅନେକ ମହିଳା ଏବଂ ପୁରୁଷ ଯୋଗଦାନ କରିଥିଲେ l ଆଇ ଆଇ ସି  ଗୋବିନ୍ଦ ମାଝୀ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ କିଭଳି ଭଲ ସମ୍ପର୍କ ରହିବ, ସାଧାରଣ ଜନତା ପୋଲିସ ପ୍ରତି ଭୟ ନରଖିବେ, ଲୋକ ଓ ଲୋକଙ୍କ ମଧ୍ୟରେ ନ୍ୟାୟଯୁକ୍ତ ସମ୍ପର୍କ ତିଆରି ହୋଇପାରିବ ତା'ହେଲେ ଉତ୍ତମ ସମାଜ ଗଠନ ହେବ ବୋଲି ଏହାରି ଉପରେ ଅନେକ ଉଦାହରଣ ଉପସ୍ଥାପନ କରି ସଚେତନ କରାଇଛନ୍ତି ।

What's Your Reaction?

like

dislike

love

funny

angry

sad

wow