ପ୍ରଧାନ ଶିକ୍ଷକ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା...

Aug 31, 2024 - 19:12
 0  19
ପ୍ରଧାନ ଶିକ୍ଷକ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା...

କର୍ଲାମୁଣ୍ଡା : ଲୋକ ଆବାଜ୍ . ଇନ୍ (ପ୍ରଦୀପ ରଣା)

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଂଜା ପଞ୍ଚାୟତ ର ରେଙ୍ଗାଲି ଉଚ୍ଚ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଠାରେ ଶନିବାର ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଆୟୋଜନ ହୋଇଥିଲା।ଏଥିରେ ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ରୋହିତ କୁମାର ରଣା ସଭାପତିତ୍ୱ ରେ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ସୁଦର୍ଶନ ସାହୁ,ରେଙ୍ଗାଲି କ୍ଲଷ୍ଟର ସିଆରସିସି ଉଜ୍ଜ୍ୱଳ କୁମାର ସାହୁ, ଅବସରପ୍ରାପ୍ତ ଶିକ୍ଷକ କୃଷ୍ଣ ଚନ୍ଦ୍ର ରଣା, ପୂର୍ବତନ ସମିତି ସଭ୍ୟ ଗୌର କିଶୋର ରଣା, ବିଦ୍ୟାଳୟ ର ପରିଚାଳନା କମିଟିର ଅଧ୍ୟକ୍ଷ କୁନ୍ତ ସୁନା,ପୂର୍ବତନ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ବିରଞ୍ଚି ରଣା ଓ ପ୍ରଦୀପ ରଣା,ତଥା ଶିକ୍ଷା ବିଭାଗ ର ବରିଷ୍ଠ କିରାଣୀ ତ୍ରିଜ୍ୟୋତି ନିଆଲ ପ୍ରମୁଖ ଉପସ୍ଥିତ ରହି ଅବସର ନେଇଥିବା ପ୍ରଧାନ ଶିକ୍ଷକ ରୂପାଧର କୁମାର ଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

କାର୍ଯ୍ୟକ୍ରମ ରେ ଶିକ୍ଷକ ଗଙ୍ଗାଧର ରଣା ସଂଯୋଜନା କରିଥିବା ବେଳେ ଶିକ୍ଷକ ପ୍ରତାପ କୁମାର ଧନ୍ୟବାଦ ଅର୍ପଣ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟିର ରୁଦ୍ର ପ୍ରସାଦ ରଣା, ହେମନ୍ତ ସାହୁ,ହେମନ୍ତ ରଣା, ସତ୍ୟ ନାରାୟଣ ଭୋଇ , ତଥା ଦୟା ନିଧି ରଣା, ଟିକେଧର ରଣା, ଜୟ ସିଙ୍ଗ ରଣା, ଦିଲୀପ ସାହୁ,ଶ୍ୟାମ ରଣା, ଉପସ୍ଥିତ ଥିଲେ। ରେଙ୍ଗାଲି ଗ୍ରାମରେ ଗ୍ରାମ ପରିକ୍ରମା କରି ଅବସର ପ୍ରାପ୍ତ ଶିକ୍ଷକ ରୂପଧାର କୁମାର ଙ୍କ ନିଜ ଗାଁ ଝାରମୁଣ୍ଡା କୁ ବିଶାଳ ଶୋଭା ଯାତ୍ରାରେ ପହଞ୍ଚିଥିଲେ।

What's Your Reaction?

like

dislike

love

funny

angry

sad

wow